ଇପିଏଫ୍‌ କ୍ଲେମ୍‌ ‘Under Process’ରେ ଅଟକିଛି କି? ଆପଣାନ୍ତୁ ଏହି ସହଜ ଉପାୟ, ତୁରନ୍ତ ମିଳିଯିବ ଟଙ୍କା

ନୂଆଦିଲ୍ଲୀ,୨୩।୧୧: କର୍ମଚାରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମାସରେ ପିଏଫ୍ (ପ୍ରଭିଡେଣ୍ଟ ଫଣ୍ଡ)ରେ ଟଙ୍କା ଜମା ହୋଇଥାଏ। କିନ୍ତୁ ଜରୁରୀ କାମ ପଡ଼ିଲେ ପିଏଫ୍ ଟଙ୍କା ବାହାର କରିବାରେ ହେଉଥିବା ବିଳମ୍ବ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଉଥିଲା। ଏବେ ଏହା ଅତୀତ କଥା। ପିଏଫ୍ କ୍ଲେମ୍ ପ୍ରକ୍ରିୟାକୁ ଏତେ ସରଳ ଓ ଦ୍ରୁତ କରି ଦିଆଯାଇଛି ଯେ, ଅନଲାଇନ୍‌ରେ କ୍ଲେମ୍ ଦାଖଲ କଲେ ସାଧାରଣତଃ ୧୦ ଦିନ ଭିତରେ ଟଙ୍କା ସିଧା ବ୍ୟାଙ୍କ୍ ଆକାଉଣ୍ଟକୁ ଚାଲିଆସୁଛି।ତଥାପି ଯଦି ଆପଣ ପିଏଫ୍ କ୍ଲେମ୍ କରିଛନ୍ତି ଏବଂ ଷ୍ଟାଟସ୍‌ରେ ‘ଅଣ୍ଡର ପ୍ରୋସେସ୍’ ଦେଖାଉଛି କିମ୍ବା ଟଙ୍କା ଅଟକି ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ। ଏହାର ସହଜ ସମାଧାନ ରହିଛି।
କେମିତି ଯାଞ୍ଚ କରିବ, କ୍ଲେମ୍ ଦାଖଲ କରିବେ?
ବର୍ତ୍ତମାନ ପିଏଫ୍ ସମ୍ପର୍କିତ ପ୍ରାୟ ସବୁ କାମ ଅନଲାଇନ୍‌ରେ ହୋଇଯାଉଛି। କେବଳ ନିଜର UAN ନମ୍ବର ବ୍ୟବହାର କରି UMANG ଆପ୍ କିମ୍ବା EPFO ଅଫିସିଆଲ୍ ୱେବସାଇଟ୍ (https://www.epfindia.gov.in) ମାଧ୍ୟମରେ କ୍ଲେମ୍ ଦାଖଲ କରାଯାଇପାରିବ। ପ୍ରକ୍ରିୟା ଅତି ସରଳ – ସଠିକ୍ ଫର୍ମ ବାଛନ୍ତୁ, ଦରକାରୀ ତଥ୍ୟ ଭରନ୍ତୁ ଏବଂ ସବମିଟ୍ କରନ୍ତୁ। ସବମିଟ୍ ପରେ ଆପଣଙ୍କୁ ଗୋଟିଏ ଆକ୍ନଲେଜମେଣ୍ଟ ନମ୍ବର ମିଳିବ, ଯାହାକୁ ବ୍ୟବହାର କରି ଆପଣ କ୍ଲେମ୍ ଷ୍ଟାଟସ୍ ଟ୍ରାକ୍ କରିପାରିବେ।
ଯେଉଁମାନେ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍‌ରେ ଅସୁବିଧା ଅନୁଭବ କରୁଛନ୍ତି, ସେମାନଙ୍କ ପାଇଁ ଅଫଲାଇନ୍ ସୁବିଧା ମଧ୍ୟ ରହିଛି। ନିକଟସ୍ଥ ପିଏଫ୍ ଅଫିସ୍‌କୁ ଯାଇ ଫର୍ମ ଭର୍ତ୍ତି ଓ କାଗଜପତ୍ର ଜମା କରି ସହାୟତା ନେଇପାରିବେ।ସଠିକ୍ ଫର୍ମ ବାଛନ୍ତୁ

  • Form 31 → ଆଂଶିକ ଟଙ୍କା ବାହାର (ଚିକିତ୍ସା, ବିବାହ, ଶିକ୍ଷା, ଘର ନିର୍ମାଣ ଆଦି ପାଇଁ)
  • Form 10C → ଚାକିରି ଛାଡ଼ିବା ପରେ ପୁରା ପିଏଫ୍ ବାହାର କରିବା କିମ୍ବା ପେନସନ୍ ସମ୍ପର୍କିତ କାମ ପାଇଁ

ସାଇବର ଠକେଇରୁ ସାବଧାନ!
ପିଏଫ୍ ସମ୍ପର୍କିତ ସାଇବର ଠକେଇ ବଢ଼ୁଥିବାରୁ ସତର୍କ ରହିବା ଜରୁରି। କୌଣସି ଅଜଣା ବ୍ୟକ୍ତିଙ୍କୁ କେବେ ବି OTP କିମ୍ବା ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। କ୍ଲେମ୍ କେବଳ UMANG ଆପ୍ କିମ୍ବା EPFO ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ହିଁ କରନ୍ତୁ।
ଯଦି ଆପଣଙ୍କର UAN ସଠିକ୍ ଅଛି ଏବଂ ଆପଣ ଅଫିସିଆଲ୍ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି, ତେବେ ୧୦ ଦିନ ଭିତରେ ପିଏଫ୍ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଚାଲିଆସିବ। ଏହି ଟଙ୍କା ମେଡିକାଲ ଇମରଜେନ୍ସି, ଘର କିଣା, ଗାଡ଼ି କିଣା କିମ୍ବା ଯେ କୌଣସି ଆର୍ଥିକ ଆବଶ୍ୟକତାରେ ବହୁତ କାମରେ ଲାଗିଥାଏ।ତେଣୁ ଆଉ ବିଳମ୍ବ ନକରି, ଆଜିହିଁ ନିଜର ପିଏଫ୍ କ୍ଲେମ୍ ଦାଖଲ କରନ୍ତୁ ଏବଂ ନିଶ୍ଚିନ୍ତ ରହନ୍ତୁ!

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?