ସମ୍ବାଦ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ାଉ

ଭୁବନେଶ୍ୱର,୧୯।୯(ସତ୍ୟଜିତ୍‌ ରାଉତ):ଦୈନିକ ଖବରକାଗଜ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସଂସ୍ଥାର ମାନବ ସମ୍ବଳ ଓ ବିତ୍ତ ବିଭାଗ ଅଧିକାରୀଙ୍କ ଜରିଆରେ ଚାପ ପକାଇ, ଚାକିରି ନେଇଯିବାର ଭୟ ଦେଖାଇ ଏବଂ କାଗଜପତ୍ର ଜାଲିଆତି କରି ପ୍ରାୟ ୩୦୦ କର୍ମଚାରୀଙ୍କ ନଁାରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏନେଇ ଏହି ଗଣମାଧ୍ୟମ ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଛନ୍ତି। ତଦନୁଯାୟୀ ଇଓଡବ୍ଲ୍ୟୁ ପକ୍ଷରୁ ସୋମବାର ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ସମ୍ବାଦର ମୁଖ୍ୟ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଏଥିରେ ଇଓଡବ୍ଲ୍ୟୁର ୩ଟି ଟିମ୍‌ରେ ୧୨ ଜଣ ଅଧିକାରୀ ସାମିଲ ହୋଇଥିଲେ। ସେମାନେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଶହୀଦନଗର ଥାନା ପୋଲିସ ମଧ୍ୟ ଉପସ୍ଥିତ ଥିଲା। ରାତି ପ୍ରାୟ ୮ଟାରେ ଇଓଡବ୍ଲ୍ୟୁ ଅଧିକାରୀମାନେ ସମ୍ବାଦ କାର୍ଯ୍ୟାଳୟରୁ ବାହାରିଥିଲେ। ଏହି ଋଣ ଦୁର୍ନୀତି ମାମଲାକୁ ନେଇ ଇଓଡବ୍ଲ୍ୟୁ ସୋମବାର ସନ୍ଧ୍ୟାରେ ଏକ ପ୍ରେସ୍‌ ନୋଟ୍‌ ଜାରି କରିଛି।
ଇଓଡବ୍ଲ୍ୟୁର ପ୍ରେସ୍‌ ନୋଟ୍‌ ଅନୁଯାୟୀ, ସମ୍ବାଦ/ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଭୁବନେଶ୍ୱରର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର ଏହି ବ୍ୟାଙ୍କ ଋଣ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଛନ୍ତି। ମହାପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ଗତ ୧୬ ତାରିଖରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଏହି ଗଣମାଧ୍ୟମ ସଂସ୍ଥାର ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ସମେତ ଅନ୍ୟ କେତେଜଣଙ୍କ ନାମରେ ଆଇପିସି ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ଖ) ଅନୁଯାୟୀ ୨୪/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ସମୟରେ ଏଯାଏ କେତେଜଣ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଛି। ସମ୍ବାଦ ଅଫିସରୁ ଅଭିଯୋଗ ସମ୍ବନ୍ଧୀୟ ଏକାଧିକ ଦସ୍ତାବିଜ୍‌ ଜବତ କରାଯାଇଛି। ତେବେ ଏପର୍ଯ୍ୟନ୍ତ ସମ୍ବାଦର ୧୫ରୁ ୨୦ଜଣ ପୂର୍ବତନ କର୍ମଚାରୀ ସମାନ ଅଭିଯୋଗ ଆଣିଥିବା ଇଓଡବ୍ଲ୍ୟୁ ପ୍ରେସ୍‌ ନୋଟ୍‌ରେ ଦର୍ଶାଇଛି। ମାମଲାର ଠିକ୍‌ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ବରିଷ୍ଠ ଓ ଦକ୍ଷ ତଦନ୍ତ ଅଧିକାରୀଙ୍କୁ ଟିମ୍‌ରେ ନିୟୋଜିତ କରାଯାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ସମ୍ବାଦ କାର୍ଯ୍ୟାଳୟରେ ଚଢ଼ାଉ ସମ୍ପର୍କରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ବୈଦୁତିକ ଗଣମାଧ୍ୟମ ‘କନକ ଟିଭି’ରେ ପ୍ରସାରିତ ଖବର ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ସମ୍ବାଦ ଅଫିସକୁ ଯାଇଥିବା ଇଓଡବ୍ଲ୍ୟୁ ଟିମ୍‌ ‘ଚାପରେ ଅଛି’ ବୋଲି କନକ ଟିଭିରେ ଖବର ପ୍ରସାରଣ ହୋଇଥିଲା। ହେଲେ ‘ଚାପ କିଛି ନାହିଁ’। ଉକ୍ତ ଟିଭି ଚ୍ୟାନେଲ୍‌ ତଥ୍ୟକୁ ବିକୃତ କରି ମିଥ୍ୟା ପ୍ରଚାର କରୁଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉ ତଥା ଯାଞ୍ଚ ସମୟରେ ଇଓଡବ୍ଲ୍ୟୁ ଅଧିକାରୀମାନେ ସମ୍ବାଦ କର୍ମଚାରୀଙ୍କ ପ୍ରତି ନମ୍ର ବ୍ୟବହାର କରିଥିଲେ। କର୍ମଚାରୀଙ୍କୁ କୌଣସି ଅସୁବିଧା କରାଯାଇନାହିଁ ଏବଂ ଖବରକାଗଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟାଘାତ ନ କରି ଯାଞ୍ଚ ପ୍ରକ୍ରିୟା ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି ରବିବାର ସମ୍ବାଦର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ଇଓଡବ୍ଲ୍ୟୁ ପ୍ରାୟ ଅଢ଼େଇ ଘଣ୍ଟା ଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri