ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ବାଙ୍କୁରାର ଅମିତ ମଣ୍ଡଳ ବୋଲି ଜଣାପଡିଛି।
ସେୟାର ଟେଡ୍ରିଂ ନାଁରେ ଅମିତ ଜମାକାରୀଙ୍କ କୋଟି କୋଟି କୋଟି ଟଙ୍କା ଠକେଇ କରିଥିବା ସୂଚନା ମିଳିଛି। ଓଡ଼ିଶାର ୫୦୦ ଏବଂ ପଶ୍ଚିମବଙ୍ଗରେ ୧୦୦ଜଣ ଜମାକାରୀଙ୍କଠାରୁ ପ୍ରାୟ ୧୨୦ କୋଟି ଟଙ୍କା ଟଙ୍କା ଠକେଇ ହୋଇଛି। ଜମାକାରୀଙ୍କ ଅଭିଯୋଗ ମୁତାବକ, EOW ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।


