Posted inଖେଳ

ମୋର୍ଗାନ ଯୁଗ ଶେଷ

ଲଣ୍ଡନ,୨୮।୬: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଏହି କ୍ରିକେଟର ଫର୍ମ ଏବଂ ଫିଟ୍‌ନେସ ଜନିତ ସମସ୍ୟାକୁ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଇଂଲଣ୍ଡ କ୍ରିକେଟ ବୋର୍ଡକୁ ମୋର୍ଗାନ ଦେଇଥିବା ବିବୃତ୍ତିରେ କହିଛନ୍ତି, ବହୁତ କିଛି ଭାବିବା ପରେ ଓ ଆଲୋଚନା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମୋ କ୍ୟାରିୟରର ସବୁଠାରୁ ପସନ୍ଦର ଜିନିଷକୁ ଛାଡ଼ିବା ମୋ ପାଇଁ ଆଦୌ ସହଜ ନ ଥିଲା। କିନ୍ତୁ ମୁଁ ଭାବିଲି ଯେ ସନ୍ୟାସ ନେବା ପାଇଁ ଏହା ହିଁ ଉପଯୁକ୍ତ ସମୟ। ମୋ ପାଇଁ ଓ ଇଂଲଣ୍ଡର ସୀମିତ ଓଭର ଟିମ ପାଇଁ ଏହା ଏକ ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି। ସେହିଭଳି ଇସିବି ମଧ୍ୟ ଟୁଇଟ କରି ମୋର୍ଗାନ ଦିନିକିଆ ବିଶ୍ୱକପ ଉଠାଇବା ବେଳର ଫଟୋ ପୋଷ୍ଟ କରିଛି। ଏଥିସହ ବାର୍ତ୍ତା ଦେଇ କହିଛି, ‘ତୁମେ ଇଂଲଣ୍ଡ କ୍ରିକେଟକୁ ସବୁଦିନ ପାଇଁ ବଦଳାଇ ଦେଇଛି। ତୁମେ ଜଣେ ଉଦ୍ଭାବକ ଓ ଜଣେ ଚମ୍ପିୟନ। ତୁମର ଲିଗାସି ଜାରି ରହିବ। ଧନ୍ୟବାଦ ମୋର୍ଗାନ।’

ପ୍ରକାଶ ଯେ, ୨୦୦୬ରେ ସେ ଆୟର୍ଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୨୦୦୬ରୁ ୨୦୦୯ ଯାଏ ସେ ୨୩ ମ୍ୟାଚ୍‌ ଖେଳିବା ପରେ ୨୦୧୦ରେ ତାଙ୍କୁ ଇଂଲଣ୍ଡ ଟିମ୍‌ରେ ସ୍ଥାନ ମିଳିଥିଲା। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଦୁଇ ଦେଶ ଲାଗି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିଥିଲେ। ତେବେ ତାଙ୍କ ୭ ବର୍ଷର ଅଧିନାୟକତ୍ୱ କାର୍ଯ୍ୟକାଳରେ ସେ ଧଳା ବଲ୍‌ କ୍ରିକେଟରେ ବିପ୍ଲବ ଆଣିଥିଲେ। ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱକପ୍‌ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା। ଏହାପରଠାରୁ ସେ ନିଜର ଫିଟନେସ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri