Categories: ଖେଳ

ପଡ଼ିଆରେ କେବେହେଲେ ଜାତୀୟ ସଂଗୀତ ଗାଇ ନାହାନ୍ତି ଏହି କ୍ରିକେଟର

ଯେକୌଣସି ଖେଳ ହେଉ, ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ସବୁଠାରୁ ଗର୍ବର ବିଷୟ ହେଉଛି ପଡ଼ିଆରେ ନିଜ ଦେଶର ଜାତୀୟ ସଂଗୀତ ଗାନ କରିବା। ଅଲମ୍ପିକରେ ହେଉ ଅବା କ୍ରିକେଟ ମ୍ୟାଚ୍‌ ପୂର୍ବରୁ, ଦଳ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥାଏ। କିନ୍ତୁ କ୍ରିକେଟର ଜନକ ଇଂଲଣ୍ଡ ଦଳର ଜଣେ ଖେଳାଳି କେବେହେଲେ ନିଜ ଦେଶର ଜାତୀୟ ସଂଗୀତ ଗାନ କରି ନ ଥାନ୍ତି। ସେ ହେଲେ ଇଂଲଣ୍ଡ ଦଳର ଅଧିନାୟକ ଇୟନ ମୋର୍ଗାନ ।
ମୋର୍ଗାନ କେବେହେଲେ ମ୍ୟାଚ୍‌ ପୂର୍ବରୁ ନିଜ ଦେଶର ଜାତୀୟ ସଂଗୀତ ଗାନ କରି ନ ଥାନ୍ତି। ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ପ୍ରଥମ ଥର ପାଇଁ ନିଜ ଦେଶକୁ ଚାମ୍ପିିୟନ୍‌ କରାଇଥିବା ମୋର୍ଗାନ୍‌ ନିଜେ ଏ ବିଷୟରେ କହିଛନ୍ତି।
ଏକ ସାକ୍ଷାତକାରରେ ମୋର୍ଗାନ କହିଛନ୍ତି, ଏହା ଏକ ଛୋଟ କଥା। ତାହା ଇଂଲଣ୍ଡ ହେଉ କିମ୍ବା ଆୟର୍ଲାଣ୍ଡ, ମୁଁ କେବେହେଲେ ଜାତୀୟ ସଂଗୀତ ଗାନ କରିନାହିଁ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ, ମୁଁ ଇଂଲଣ୍ଡ କ୍ରିକେଟର ହୋଇଥିବାରୁ ଗର୍ବିତ ନୁହେଁ। ମୁଁ ଯେଉଁ ସ୍ଥାନରେ ପହଞ୍ଚିପାରିଛି ସେଥିପାଇଁ ମୁଁ ବହୁତ ଗର୍ବିତ। ଏଥିସହ ଦଳର ଅଧିନାୟକ ପାଇଁ ମଧ୍ୟ ମୁଁ ଅଧିକ ଗର୍ବିତ ବୋଲି ସେ କହିଛନ୍ତି।
ମୋର୍ଗାନ ୧୦ ସେପ୍ଟେମ୍ବର, ୧୯୮୬ରେ ଡବଲିନ (ଆୟର୍ଲାଣ୍ଡ)ରେ ଜନ୍ମଗ୍ରହଣ କରିଥିଲେ। କିଛି ବର୍ଷ ସେ ଆୟର୍ଲାଣ୍ଡ କ୍ରିକେଟ ଦଳ ପାଇଁ ଖେଳିଥିଲେ ପରେ ଇଂଲଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦୁଇ ଦେଶରୁ ଏକ ଦିବସୀୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।

Share