Categories: ଖେଳ

ଭାରତ ପାଇଁ ଧୋନୀ ଯେଭଳି ଥିଲେ, ଇଂଲଣ୍ଡ ପାଇଁ ଇୟୋନ ମୋର୍ଗାନ ସେଭଳି ବୋଲି କହିଲେ ଏହି କ୍ରିକେଟର; ଏଭଳି କଲେ ପ୍ରଶଂସା

ଅହମ୍ମଦାବାଦ,୧୨।୩: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୧-୩ରେ ପରାଜିତ ହେବା ପରେ ଏବେ ଦଳ ସୀମିତ ଓଭର ସିରିଜ୍‌ରେ ନିଜର ଦମ୍‌ ଦେଖାଇବାକୁ ଅଣ୍ଟା ଭିଡିଛି। ଶୁକ୍ରବାର ଉଭୟ ଟିମ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରୀମ୍‌ ସ୍ବାନ୍‌ ନିଜ ଟିମ୍‌ ଭଲ ଖେଳିବ ବୋଲି ଆଶା ପ୍ରକାଶ କରିଛନ୍ତି। ଟେଷ୍ଟ ସିରିଜର ବିଫଳତାକୁ ଭୁଲି ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

ସ୍ବାନ୍‌ ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇଥିବା ଅଧିନାୟକ ଇୟୋନ୍‌ ମୋର୍ଗାନଙ୍କ ଉପରେ ବିଶ୍ୱାସ ରହିଛି। ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟିମ୍‌ ବେଶ ଭଲ ଖେଳୁଛି। ଇଂଲଣ୍ଡ ପାଇଁ ମୋର୍ଗନ ଏମିତି ଏକ ଖେଳାଳି ପାଲଟିଛନ୍ତି, ଏକ ସମୟରେ ଏମ୍‌ଏସ୍‌ ଧୋନୀ ସେଭଳି ଥିଲେ ବୋଲି ସେ କହିଛନ୍ତି। ଅଧିନାୟକ ଏବଂ ଲିଡର୍‌ ଭାବେ ମଇଦାନରେ ତାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବେ ଖେଳାଳି ତାଙ୍କ ପାଇଁ ଖେଳୁଛନ୍ତି। ଆଗାମୀ ସିରିଜ ତାଙ୍କ ଖେଳ ଉପରେ ନିର୍ଭର କରିବ। ଯଦି ଉଭୟ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ସଫଳ ହୁଅନ୍ତି ତେବେ ଦଳ ବେଶ୍‌ ମଜଭୂତ ହେବ ବୋଲି ସେ କହିଛନ୍ତି।

Share