ସରପଞ୍ଚଙ୍କ ତତ୍ତ୍ୱାବଧାନରେ ପରିବେଶର ସୁରକ୍ଷା

ପୁରୁଷୋତ୍ତମପୁର,୨୮ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା ଓ ପରିମଳ ସଚ୍ଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସରପଞ୍ଚ ରାଜଲକ୍ଷ୍ମୀ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଲୋକଙ୍କୁ ପରିବେଶର ସୁରକ୍ଷା ନେଇ ସଚ୍ଚେଚନତା କରାଯିବା ସହ ରାସ୍ତାଘଟ, ଡ୍ରେନ, ମନ୍ଦିର ପରିସରକୁ ସଫେଇ କରାଯାଇ ଥିଲା। ଏହି ଅବସରରେ ଜନସାଧାରଣଙ୍କୁ ବର୍ଜ୍ୟବସ୍ତୁକୁ ଏଣେତେଣେ ନ ପକାଇ ରଖିବା ଲାଗି ଡଷ୍ଟବିନ ସ୍ଥାପନ କରାଯାଇଥିଲା। ଏଥିରେ ସମିତିସଭ୍ୟା ଶାରଳା ବେହେରା, ନାଏବ ସରପଞ୍ଚ ଝଟିଆ ବେହେରା,ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ଖିଲ, ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ନର୍ମଦା ପାତ୍ର, ସାମାଜିକ କର୍ମୀ ଏନ. ରାମଚନ୍ଦ୍ର ରେଡ୍ଡୀଙ୍କ ସମେତ ସ୍ବାସ୍ଥ୍ୟକର୍ମୀ, ଏମବିକେ, ସିଆରପି, ଆଶାକର୍ମୀ, ଅଙ୍ଗନୱାଡି କର୍ମୀସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Share