ପେନ୍‌ସନ୍‌ ଅର୍ଥରେ ପରିବେଶ ସୁରକ୍ଷା

କେନ୍ଦୁଝର, ୧୨।୭ (ସ୍ବ.ପ୍ର.) ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ସମସ୍ତଙ୍କୁ ଛୁଇଁଛି। ଯେତେବେଳେ ସମସ୍ତେ ପରିବେଶ ସୁରକ୍ଷା କରିବାକୁ ଯାଇ ନିଜକୁ ପ୍ରଚାର ପ୍ରସାର କରୁଛନ୍ତି ସେତେବେଳେ ଜଣେ ନିଆରା ମଣିଷ ବିନା ସ୍ବାର୍ଥରେ ନିଜର ପେନସନ ଅର୍ଥକୁ ଚାରାରୋପଣ ଓ ପରିବେଶ ସୁରକ୍ଷା ଭଳି କାର୍ଯ୍ୟରେ ଲଗାଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜଘିଂରା ଗ୍ରାମର ରମେଶ ଚନ୍ଦ୍ର ମିଶ୍ର। ସମସ୍ତେ ତାଙ୍କୁ ରମେଶ ସାର ବୋଲି ଡାକନ୍ତି। ବୟସ ୬୪ ହେଲେ ବି ଚାରାରୋପଣ କରି ସବୁଜବଳୟ ସୃଷ୍ଟି କରିବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି ସେ। ସାଢେ ୬ ବର୍ଷ ଶିକ୍ଷକତା ଓ ତାପରେ ବ୍ୟାଙ୍କ ଚାକରିରୁ ୨୦୧୫ରେ ଅବସର ନେବା ପରେ ଏହି କାମରେ ଲାଗିଛନ୍ତି।
ଚାକିରିରୁ ଅବସର ନେବା ପରେ ଚାରାରୋପଣ କାର୍ଯ୍ୟକୁ ସେ ଆଦରି ନେଇ ଆଗେଇ ଚାଲିଛନ୍ତି। ଗତ ୫ ବର୍ଷରେ ସେ ୭ ଲକ୍ଷରୁ ଅଧିକ ଚାରାରୋପଣ କରିଥିବା ବେଳେ ଚଳିତ ବର୍ଷ ଦେଢ ଲକ୍ଷ ଗଛ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ମଞ୍ଜିକୁ ସାରଯୁକ୍ତ ମାଟିରେ ଦେଇ ଗୋଳା କରି ବଣ୍ଟନ କରୁଛନ୍ତି। ଏଣୁ ତାଙ୍କୁ ସମସ୍ତେ ବୃକ୍ଷମଣିଷ ବୋଲି କୁହନ୍ତି। ଜିଲାରେ ଏକ ସବୁଜ ବଳୟ ସୃଷ୍ଟି କରିବାକୁ ସେ ଛାତ୍ରୀଛାତ୍ର ତଥା ଚାଷୀଙ୍କୁ ଚାରାରୋପଣ କରିବାକୁ ପ୍ରେରଣା ଦେଇଆସୁଛନ୍ତି। ଏଣୁ ଏଥିପାଇଁ ଗାୟତ୍ରୀ ପରିବାରକୁ ଅନୁଷ୍ଠାନ ଭାବେ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ା ଗଛ ବଞ୍ଚିଲେ ଆମେ ବଞ୍ଚିବାର ବାର୍ତ୍ତା ଦେଇ ଆସୁଛନ୍ତି। ଏଥିପାଇଁ ନିଜ ଉଦ୍ୟମରେ ଗତ ୭ ବର୍ଷ ହେଲା ବିଭିନ୍ନ କିସମର ଚାରା ସୃଷ୍ଟି କରି ମାଗଣାରେ ବାଣ୍ଟି ଚାଲିଛନ୍ତି। ଗଛ ଲଗାଇବା ସହ ଯତ୍ନ ନେଇ ଗଛ ବଢ଼ାଇବା ଓ ସୁରକ୍ଷା କରିବା ପାଇଁ ଉଦ୍ୟମ କରିଥାନ୍ତି। ଗଁା ମୁଣ୍ଡ ବଟେଶ୍ୱର ମନ୍ଦିର ପରିସରରେ ଏକ ନର୍ସରୀ କରି ସେଠାରେ ଚାରା ସୃଷ୍ଟି କରୁଛନ୍ତି। ଯେଉଁ ଚାଷୀଙ୍କ ଜମି ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିଥିଲା ସେଠାରେ ଏବେ ଚାରାରୋପଣ କରାଯାଇ ସୁନ୍ଦର ଜଙ୍ଗଲ ସୃଷ୍ଟି ହୋଇ ପାରିଛି। ଯେଉଁମାନେ ସଫଳ ହୋଇଛନ୍ତି ତାଙ୍କୁ ପରବର୍ତ୍ତୀ ବର୍ଷରେ ସମ୍ବର୍ଦ୍ଧିତ କରାଯାଉଛି। ଜଙ୍ଗଲ ଓ ପରିବେଶ ନଷ୍ଟ ଯୋଗୁ ବର୍ତ୍ତମାନ ସମୟରେ ଦେଖାଦେଉଥିବା ଭୟାବହ ପରିସ୍ଥିତି ଆଗାମୀ ଦିନରେ ଉତ୍କଟ ହେବ। ଏଣୁ ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। ଏଣୁ ଏଭଳି ପରିସ୍ଥିତିରେ ଚାରାରୋପଣର ଆବଶ୍ୟକତା ରହିଛି ବୋଲି ସେ କୁହନ୍ତି। ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରକୃତି ସଖା ଓ ପ୍ରକୃତି ସାଥୀ ପୁରସ୍କାର ମିଳିଛି। ଶାଗୁଆନ, ଗମ୍ଭାରୀ, ଶାଳ, ପିଆଶାଳ, ଅଁଳା, ନିମ, ପିଜୁଳି, ବେଲ, ମହାନିମ, ଅଶୋକ, ଜାମୁ, ପଣସ, ହରିଡ଼ା, ବାହାଡ଼ା, ଲେମ୍ବୁ, ଅଶ୍ୱତଥ, ଦେଶୀ ଆମ୍ବ ଓ କାଜୁ ଆଦି ୫୦ କିସମର ଚାରା ସୃଷ୍ଟି କରୁଛନ୍ତି। ଚଳିତବର୍ଷ ୧୦୦ ଗଁାରେ ଚାରାରୋପଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri