ଜାରି ରହିବ ପରିବେଶ ସୁରକ୍ଷା ଅଭିଯାନ

ବ୍ରହ୍ମପୁର,୬ା୧(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତ ବନ୍ଥପଲ୍ଲୀ ଗ୍ରାମରେ ଜାତୀୟ ପକ୍ଷୀ ଦିବସ ଅବସରରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ‘ଧରିତ୍ରୀ’ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମୁଖ୍ୟ ଅତିଥି, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସମ୍ମାନିତ ଅତିଥି, ଜଙ୍ଗଲ ଲୋର ଫାଉଣ୍ଡେଶନ, ପୁରୀର ବନ୍ୟପ୍ରାଣୀ ବିଶେଷଜ୍ଞ ଆକାଶ ରଞ୍ଜନ ରଥ ମୁଖ୍ୟବକ୍ତା, ସରପଞ୍ଚ କାମିନୀ ନାୟକ ଏବଂ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି କହିଥିଲେ ଯେ, ପରିବେଶ ସୁରକ୍ଷାରେ ସମସ୍ତଙ୍କ ଭୂମିକା ରହିଛି। ମଣିଷ ଓ ଜୀବଜନ୍ତୁଙ୍କୁ ତୁଳନା କରି ହାତୀର ଉଦାହରଣ ଦେଇ ସେ କହିଲେ ଯେ, ହାତୀ ସବୁବେଳେ ଗଛର ଉପର ଡାଳଗୁଡ଼ିକ ଖାଇଥାଏ। ଉପର ଡାଳଗୁଡିକ ଭାଙ୍ଗିବା ଦ୍ୱାରା ତଳେ ଥିବା ଛୋଟ ଛୋଟ ତୃଣଗୁଡିକ ବଢ଼ିବାର ସୁଯୋଗ ପାଏ। ହାତୀର ଏହା ଏକ ଉପକାର କିମ୍ବା ପ୍ରକୃତିର ଖେଳ। ଏହାକୁ ଠାକୁରଙ୍କ ଲୀଳା କୁହାଯିବ। ଆମେ ନିଜକୁ ବଡ ବୋଲି ଭାବୁଛେ, କିନ୍ତୁ ଠାକୁରଙ୍କ ପାଇଁ ଆମେ ଜନ୍ଦାଟିଏ। ସମସ୍ତେ ଠାକୁରଙ୍କ ପାଇଁ ଯାହା, ମଣିଷ ବି ସେୟା। ତେଣୁ ଘରଚଟିଆ ଯାହା, ଆମେ ବି ସେୟା। ଆମେ ପରିବେଶର କ୍ଷତି କରୁଛେ, କିନ୍ତୁ ପ୍ରତ୍ୟେକ ଜୀବଜନ୍ତୁ ପରିବେଶର ସୁରକ୍ଷାରେ ଲାଗିଛନ୍ତି। ତେଣୁ ଜୀବଜନ୍ତୁଙ୍କଠାରୁ ଆମେ ବହୁ ଗୁଣରେ ଛୋଟ ବୋଲି ବିବେଚନା କରିବାକୁ ହେବ। ପରିବେଶ ସୁରକ୍ଷା ପାଇଁ ଆମେ ସଦା ଜାଗ୍ରତ ରହିବା ଓ ଅନ୍ୟମାନଙ୍କୁ ଜାଗ୍ରତ କରିବା ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ତଥା ଧରିତ୍ରୀ ମୁଖ୍ୟ କାର୍ଯ୍ୟନିର୍ବାହୀ କହିଥିଲେ ଯେ, ଆଞ୍ଚଳିକ ବିକାଶ ପରିଷଦ ସହିତ ଧରିତ୍ରୀର ଦୀର୍ଘଦିନର ସମ୍ପର୍କ ରହିଆସିଛି। ଆଞ୍ଚଳିକ ପରିଷଦର ପରିବେଶ ଓ ଜୀବଜନ୍ତୁ ସୁରକ୍ଷା ଦିଗରେ ଯେଉଁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ତା’ ସହିତ ଛାତ୍ରୀଛାତ୍ର, ମହିଳା ଓ ଯୁବପିଢ଼ି ଯୋଡ଼ି ହେବା ସୌଭାଗ୍ୟର କଥା। ପରିବେଶ ସୁରକ୍ଷା ପାଇଁ ଧରିତ୍ରୀ ଦୀର୍ଘଦିନରୁ କାମ କରି ଆସିଛି। ତୃଣମୂଳସ୍ତରରେ ପରିବେଶ ପାଇଁ ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ଗୁରୁତ୍ୱ ଦେଇ ଆସୁଛି। ପରିବେଶ ସୁରକ୍ଷାରେ ଗଛଠାରୁ ଆରମ୍ଭ କରି ଜୀବଜନ୍ତୁ ଓ ପକ୍ଷୀ ସମସ୍ତଙ୍କ ଭୂମିକା ରହିଛି। ଘରଚଟିଆ ଭଳି ଏକ ଛୋଟିଆ ପକ୍ଷୀର ସୁରକ୍ଷା ପାଇଁ ଆଞ୍ଚଳିକ ବିକାଶ ପରିଷଦ ଯେଉଁ ଉଦ୍ୟମ ଜାରି ରଖିଛି, ତାହା ସଫଳ ହୋଇଛି। ଏହା ଗୋଟିଏ ଗାଁରେ ସୀମିତ ହୋଇ ରହିନାହିଁ। ଛୋଟପିଲା ଓ ଯୁବପିଢ଼ିଙ୍କ ଏ କ୍ଷେତ୍ରରେ ଆଗ୍ରହ ରହିଛି। ପରିଷଦର ଏଭଳି କାର୍ଯ୍ୟକ୍ରମ ଜାରି ରଖୁ। ଧରିତ୍ରୀ ସବୁବେଳେ ତୃଣମୂଳସ୍ତରର ପରିବେଶ ସୁରକ୍ଷା କରୁଥିବା ସଂସ୍ଥା ସହିତ ରହି ଆସିଛି ବୋଲି କହିଥିଲେ। ମୁଖ୍ୟବକ୍ତା ରଥ କହିଥିଲେ ଯେ, ପରିବେଶ ସୁରକ୍ଷା ପ୍ରତି ଗଞ୍ଜାମର ଆଗ୍ରହ ରହିଛି। ଗଞ୍ଜାମରେ ଜୈବ ବିବିଧତାର ସମସ୍ତ ସୁବିଧା ରହିଛି, କିନ୍ତୁ ଏହାର ସୁରକ୍ଷା ଜରୁରୀ। ପକ୍ଷୀମାନଙ୍କ ଉଦାହରଣ ଦେଇ ସେ କହିଲେ ଯେ, ଭାରତରେ ୧୨୫୬ ପ୍ରଜାତିର ଚଢ଼େଇ ଅଛନ୍ତି। ସେଥିମଧ୍ୟରୁ ଓଡିଶାରେ ୫୩୯ ପ୍ରଜାତିର ଅଛନ୍ତି। ଓଡ଼ିଶାକୁ ୨୩୬ ପ୍ରଜାତିର ଚଢ଼େଇ ବାହାର ଦେଶରୁ ଆସୁଛନ୍ତି। ବିଭିନ୍ନ ଜୀବଜନ୍ତୁ ଭିନ୍ନ ଭିନ୍ନ ପରିବେଶରେ ରୁହନ୍ତି। ବର୍ତ୍ତମାନ ସେମାନଙ୍କ ସ୍ଥିତିକୁ ଦେଖିଲେ ପରିବେଶ କିଭଳି ଅବକ୍ଷୟ ହୋଇଚାଲିଛି ତାହା ଜାଣିହେବ। ମଣିଷ ଏଥିପାଇଁ ଦାୟୀ। ପରିବେଶ ଅସୁରକ୍ଷିତ ରହିଲେ ସବୁ କିଛି ବିଗିଡ଼ିଯିବ ବୋଲି ସେ କହିଥିଲେ। ପରିଷଦର ସଭାପତି ସାଗର କୁମାର ପାତ୍ର କହିଥିଲେ ଯେ, ଖଟିରୁ ଆରମ୍ଭ ହୋଇଥିଲା ଘରଚଟିଆ ସଂରକ୍ଷଣ ଅଭିଯାନ। ଏହି ଚଢ଼େଇ ଆଉ ଦେଖିବାକୁ ମିଳୁ ନ ଥିବାରୁ ଏହା ଉପରେ ସମସ୍ତେ ବସି ଚିନ୍ତା କରିଥିଲୁ। ଘରଚଟିଆ ସୁରକ୍ଷା ଅଭିଯାନ ଆରମ୍ଭ କଲୁ। ଏବେ ବହୁତ ଗାଁରେ ଘରଚଟିଆ ସଂରକ୍ଷଣ ପାଇଁ କାଠ ବସା ଲାଗିଛି। ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ସାମିଲ ହୋଇଥିବାରୁ ଏହା ଆମ ପାଇଁ ଗୌରବ। ଆଗାମୀ ଦିନରେ ଧରିତ୍ରୀ ସମର୍ଥନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ। ଶେଷରେ ପରିବେଶ ପାଇଁ କାମ କରୁଥିବା ଦୁର୍ଗାମାଧବ ପାଣିଗ୍ରାହୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ସାପଧରାଳି ଗଣପତି ସାହୁ, ବି.ଅରବିନ୍ଦ ଦେଶୀବେହେରା, ବନମାଳୀ ପ୍ରଧାନ, ରବୀନ୍ଦ୍ର ସାହାଣୀ, ବୀରେନ୍ଦ୍ର ଗଉଡ ପ୍ରମୁଖ ପରିବେଶ୍‌ବିତଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଶୀତଲ କୁମାର ସାହୁ, ବିଉଟି ନାଏକ, ଗୁଡ୍‌ଲି ଭୂୟାଁ, ଜ୍ୟୋତି ପ୍ରଧାନ, ଆଦିତ୍ୟ ବିଷୋୟୀ, ଆରିୟନ ଗୌଡ, ଶୁଭସ୍ମିତା ସାହାଣୀ, ଆଷିସ କୁମାର ଭୂୟାଁ, ଖୁସି ପ୍ରଧାନ, ସ୍ମୃତି ସଂଘମିତ୍ରା ଜେନା, ଚନ୍ଦ୍ରମା ଗୌଡ ପ୍ରମୁଖଙ୍କୁ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ। ଗଞ୍ଜାମ ଜିଲା ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝି ଧନ୍ୟବାଦ ଦେଇଥିଲେ। ପରେ ଅତିଥିମାନେ ଲାଞ୍ଜିଆ ଗ୍ରାମକୁ ଯାଇ ଘରଚଟିଆ ପାଇଁ ଲାଗିଥିବା ବସା ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri