ଜାରି ରହିବ ପରିବେଶ ସୁରକ୍ଷା ଅଭିଯାନ

ବ୍ରହ୍ମପୁର,୬ା୧(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତ ବନ୍ଥପଲ୍ଲୀ ଗ୍ରାମରେ ଜାତୀୟ ପକ୍ଷୀ ଦିବସ ଅବସରରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ‘ଧରିତ୍ରୀ’ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମୁଖ୍ୟ ଅତିଥି, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସମ୍ମାନିତ ଅତିଥି, ଜଙ୍ଗଲ ଲୋର ଫାଉଣ୍ଡେଶନ, ପୁରୀର ବନ୍ୟପ୍ରାଣୀ ବିଶେଷଜ୍ଞ ଆକାଶ ରଞ୍ଜନ ରଥ ମୁଖ୍ୟବକ୍ତା, ସରପଞ୍ଚ କାମିନୀ ନାୟକ ଏବଂ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି କହିଥିଲେ ଯେ, ପରିବେଶ ସୁରକ୍ଷାରେ ସମସ୍ତଙ୍କ ଭୂମିକା ରହିଛି। ମଣିଷ ଓ ଜୀବଜନ୍ତୁଙ୍କୁ ତୁଳନା କରି ହାତୀର ଉଦାହରଣ ଦେଇ ସେ କହିଲେ ଯେ, ହାତୀ ସବୁବେଳେ ଗଛର ଉପର ଡାଳଗୁଡ଼ିକ ଖାଇଥାଏ। ଉପର ଡାଳଗୁଡିକ ଭାଙ୍ଗିବା ଦ୍ୱାରା ତଳେ ଥିବା ଛୋଟ ଛୋଟ ତୃଣଗୁଡିକ ବଢ଼ିବାର ସୁଯୋଗ ପାଏ। ହାତୀର ଏହା ଏକ ଉପକାର କିମ୍ବା ପ୍ରକୃତିର ଖେଳ। ଏହାକୁ ଠାକୁରଙ୍କ ଲୀଳା କୁହାଯିବ। ଆମେ ନିଜକୁ ବଡ ବୋଲି ଭାବୁଛେ, କିନ୍ତୁ ଠାକୁରଙ୍କ ପାଇଁ ଆମେ ଜନ୍ଦାଟିଏ। ସମସ୍ତେ ଠାକୁରଙ୍କ ପାଇଁ ଯାହା, ମଣିଷ ବି ସେୟା। ତେଣୁ ଘରଚଟିଆ ଯାହା, ଆମେ ବି ସେୟା। ଆମେ ପରିବେଶର କ୍ଷତି କରୁଛେ, କିନ୍ତୁ ପ୍ରତ୍ୟେକ ଜୀବଜନ୍ତୁ ପରିବେଶର ସୁରକ୍ଷାରେ ଲାଗିଛନ୍ତି। ତେଣୁ ଜୀବଜନ୍ତୁଙ୍କଠାରୁ ଆମେ ବହୁ ଗୁଣରେ ଛୋଟ ବୋଲି ବିବେଚନା କରିବାକୁ ହେବ। ପରିବେଶ ସୁରକ୍ଷା ପାଇଁ ଆମେ ସଦା ଜାଗ୍ରତ ରହିବା ଓ ଅନ୍ୟମାନଙ୍କୁ ଜାଗ୍ରତ କରିବା ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ତଥା ଧରିତ୍ରୀ ମୁଖ୍ୟ କାର୍ଯ୍ୟନିର୍ବାହୀ କହିଥିଲେ ଯେ, ଆଞ୍ଚଳିକ ବିକାଶ ପରିଷଦ ସହିତ ଧରିତ୍ରୀର ଦୀର୍ଘଦିନର ସମ୍ପର୍କ ରହିଆସିଛି। ଆଞ୍ଚଳିକ ପରିଷଦର ପରିବେଶ ଓ ଜୀବଜନ୍ତୁ ସୁରକ୍ଷା ଦିଗରେ ଯେଉଁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ତା’ ସହିତ ଛାତ୍ରୀଛାତ୍ର, ମହିଳା ଓ ଯୁବପିଢ଼ି ଯୋଡ଼ି ହେବା ସୌଭାଗ୍ୟର କଥା। ପରିବେଶ ସୁରକ୍ଷା ପାଇଁ ଧରିତ୍ରୀ ଦୀର୍ଘଦିନରୁ କାମ କରି ଆସିଛି। ତୃଣମୂଳସ୍ତରରେ ପରିବେଶ ପାଇଁ ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ଗୁରୁତ୍ୱ ଦେଇ ଆସୁଛି। ପରିବେଶ ସୁରକ୍ଷାରେ ଗଛଠାରୁ ଆରମ୍ଭ କରି ଜୀବଜନ୍ତୁ ଓ ପକ୍ଷୀ ସମସ୍ତଙ୍କ ଭୂମିକା ରହିଛି। ଘରଚଟିଆ ଭଳି ଏକ ଛୋଟିଆ ପକ୍ଷୀର ସୁରକ୍ଷା ପାଇଁ ଆଞ୍ଚଳିକ ବିକାଶ ପରିଷଦ ଯେଉଁ ଉଦ୍ୟମ ଜାରି ରଖିଛି, ତାହା ସଫଳ ହୋଇଛି। ଏହା ଗୋଟିଏ ଗାଁରେ ସୀମିତ ହୋଇ ରହିନାହିଁ। ଛୋଟପିଲା ଓ ଯୁବପିଢ଼ିଙ୍କ ଏ କ୍ଷେତ୍ରରେ ଆଗ୍ରହ ରହିଛି। ପରିଷଦର ଏଭଳି କାର୍ଯ୍ୟକ୍ରମ ଜାରି ରଖୁ। ଧରିତ୍ରୀ ସବୁବେଳେ ତୃଣମୂଳସ୍ତରର ପରିବେଶ ସୁରକ୍ଷା କରୁଥିବା ସଂସ୍ଥା ସହିତ ରହି ଆସିଛି ବୋଲି କହିଥିଲେ। ମୁଖ୍ୟବକ୍ତା ରଥ କହିଥିଲେ ଯେ, ପରିବେଶ ସୁରକ୍ଷା ପ୍ରତି ଗଞ୍ଜାମର ଆଗ୍ରହ ରହିଛି। ଗଞ୍ଜାମରେ ଜୈବ ବିବିଧତାର ସମସ୍ତ ସୁବିଧା ରହିଛି, କିନ୍ତୁ ଏହାର ସୁରକ୍ଷା ଜରୁରୀ। ପକ୍ଷୀମାନଙ୍କ ଉଦାହରଣ ଦେଇ ସେ କହିଲେ ଯେ, ଭାରତରେ ୧୨୫୬ ପ୍ରଜାତିର ଚଢ଼େଇ ଅଛନ୍ତି। ସେଥିମଧ୍ୟରୁ ଓଡିଶାରେ ୫୩୯ ପ୍ରଜାତିର ଅଛନ୍ତି। ଓଡ଼ିଶାକୁ ୨୩୬ ପ୍ରଜାତିର ଚଢ଼େଇ ବାହାର ଦେଶରୁ ଆସୁଛନ୍ତି। ବିଭିନ୍ନ ଜୀବଜନ୍ତୁ ଭିନ୍ନ ଭିନ୍ନ ପରିବେଶରେ ରୁହନ୍ତି। ବର୍ତ୍ତମାନ ସେମାନଙ୍କ ସ୍ଥିତିକୁ ଦେଖିଲେ ପରିବେଶ କିଭଳି ଅବକ୍ଷୟ ହୋଇଚାଲିଛି ତାହା ଜାଣିହେବ। ମଣିଷ ଏଥିପାଇଁ ଦାୟୀ। ପରିବେଶ ଅସୁରକ୍ଷିତ ରହିଲେ ସବୁ କିଛି ବିଗିଡ଼ିଯିବ ବୋଲି ସେ କହିଥିଲେ। ପରିଷଦର ସଭାପତି ସାଗର କୁମାର ପାତ୍ର କହିଥିଲେ ଯେ, ଖଟିରୁ ଆରମ୍ଭ ହୋଇଥିଲା ଘରଚଟିଆ ସଂରକ୍ଷଣ ଅଭିଯାନ। ଏହି ଚଢ଼େଇ ଆଉ ଦେଖିବାକୁ ମିଳୁ ନ ଥିବାରୁ ଏହା ଉପରେ ସମସ୍ତେ ବସି ଚିନ୍ତା କରିଥିଲୁ। ଘରଚଟିଆ ସୁରକ୍ଷା ଅଭିଯାନ ଆରମ୍ଭ କଲୁ। ଏବେ ବହୁତ ଗାଁରେ ଘରଚଟିଆ ସଂରକ୍ଷଣ ପାଇଁ କାଠ ବସା ଲାଗିଛି। ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ସାମିଲ ହୋଇଥିବାରୁ ଏହା ଆମ ପାଇଁ ଗୌରବ। ଆଗାମୀ ଦିନରେ ଧରିତ୍ରୀ ସମର୍ଥନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ। ଶେଷରେ ପରିବେଶ ପାଇଁ କାମ କରୁଥିବା ଦୁର୍ଗାମାଧବ ପାଣିଗ୍ରାହୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ସାପଧରାଳି ଗଣପତି ସାହୁ, ବି.ଅରବିନ୍ଦ ଦେଶୀବେହେରା, ବନମାଳୀ ପ୍ରଧାନ, ରବୀନ୍ଦ୍ର ସାହାଣୀ, ବୀରେନ୍ଦ୍ର ଗଉଡ ପ୍ରମୁଖ ପରିବେଶ୍‌ବିତଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଶୀତଲ କୁମାର ସାହୁ, ବିଉଟି ନାଏକ, ଗୁଡ୍‌ଲି ଭୂୟାଁ, ଜ୍ୟୋତି ପ୍ରଧାନ, ଆଦିତ୍ୟ ବିଷୋୟୀ, ଆରିୟନ ଗୌଡ, ଶୁଭସ୍ମିତା ସାହାଣୀ, ଆଷିସ କୁମାର ଭୂୟାଁ, ଖୁସି ପ୍ରଧାନ, ସ୍ମୃତି ସଂଘମିତ୍ରା ଜେନା, ଚନ୍ଦ୍ରମା ଗୌଡ ପ୍ରମୁଖଙ୍କୁ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ। ଗଞ୍ଜାମ ଜିଲା ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝି ଧନ୍ୟବାଦ ଦେଇଥିଲେ। ପରେ ଅତିଥିମାନେ ଲାଞ୍ଜିଆ ଗ୍ରାମକୁ ଯାଇ ଘରଚଟିଆ ପାଇଁ ଲାଗିଥିବା ବସା ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri