ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟକୁ ପରିବେଶ ପ୍ରଦୂଷଣ

ରାୟଗଡ଼ା,୪।୩(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବଢ଼ି ଚାଲିଛି ବ୍ୟାପକ ବେଆଇନ କାରବାର। ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି। ଜିଲାର ପ୍ରତ୍ୟେକ ତହସିଲ ଅଞ୍ଚଳରେ ଏହି କାରବାର ବଢ଼ି ଚାଲିଛି। ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କି ଏହି ଚୋରା କାରବାର କରୁଛନ୍ତି ବ୍ୟବସାୟୀ। ବିଭାଗୀୟ କର୍ମଚାରୀଙ୍କ ଅବହେଳା ଓ ବ୍ୟକ୍ତିଗତ ସ୍ବାର୍ଥ ଏହାର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହିଭଳି ଏକ ବେଆଇନ କାମ ଦେଖିବାକୁ ମିଳିଛି ରାୟଗଡ଼ା ସଦର ମହକୁମାରୁ ମାତ୍ର ୨କି.ମି. ଦୂରରେ। ସେଠାରେ ଏକ ବେଆଇନ ପଥର ଖାଦାନ ରହିଛି। ବିନା ଅନୁମତିରେ ଜଣେ ଅଣ ଓଡ଼ିଆ ବ୍ୟକ୍ତି ଏହି ଖାଦାନରୁ ପଥର ଲୁଟି ନେଉଛନ୍ତି ା ପ୍ରତିଦିନ ହଜାର ହଜାର ସିଏମ୍‌ ପଥର ଖନନ ହୋଇ ଚାଲାଣ ହେଉଛି। ଏହି ବେଆଇନ ପଥର ଖନନ ଦ୍ୱାରା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି।
ସୂଚନା ଅନୁଯାୟୀ, ରାୟଗଡ଼ା ତହସିଲ ଅଧୀନ ଧୁମାଗୁଡ଼ା ମୌଜାର ଖାତା ନମ୍ବର ୨୭ର ପ୍ଲଟ୍‌ ନମ୍ବର ୧୭୧ରେ ଏହି ବେଆଇନ ପଥର ଖନନ ଚାଲିଛି। ସରକାରୀ ରେକର୍ଡ ଅନୁଯାୟୀ ଏହି ପ୍ଲଟ୍‌ ପ୍ରାୟ ୧୨ ଏକର ପରିମିତ ଏବଂ ପାହାଡ଼ କିସମ ବୋଲି ଉଲ୍ଲେଖ ରହିଛି। ତେବେ ଏହି ବିରାଟ କାୟ ପାହାଡ଼କୁ ୨୦୨୧ରୁ ଜଣେ ଅଣ ଓଡ଼ିଆ ବ୍ୟକ୍ତି ବେଆଇନ ଭାବେ ଖନନକରି ଚାଲିଛନ୍ତି। ପ୍ରାୟ ୩ ଏକର ଅଞ୍ଚଳରୁ ପଥର ଖନନ କରାଗଲାଣି। ଏଠାରେ ରହିଥିବା ମୂଲ୍ୟବାନ୍‌ କଳାପଥର ପାଇଁ ପ୍ରତି ୨ରୁ ୩ ଦିନରେ ଜିଲୋଟିନ ବ୍ୟବହାର କରି ବେଆଇନ ବ୍ଲାଷ୍ଟିଂ କରାଯାଇ ପଥର ଖନନ କରି ଚାଲାଣ କରାଯାଉଛି। ଏହି ପଥର ଖନନ କରାଯାଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ପ୍ଲଟ୍‌ରେ ପଥର ଖନନ ପାଇଁ ତହସିଲ ପକ୍ଷରୁ କୌଣସି ଲିଜ୍‌ ପ୍ରଦାନ କରାଯାଇନାହିଁ କି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଏଭଳିକି ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଗ୍ରାମସଭା ମଧ୍ୟ ହୋଇ ନ ଥିବା ଜଣାପଡ଼ିଛି। ତେବେ ଜିଲାପାଳ କାର୍ଯ୍ୟାଳୟ ଓ ପୋଲିସ କାର୍ଯ୍ୟାଳୟରୁ ମାତ୍ର ୨କି.ମି. ଦୂରରେ ଅବସ୍ଥିତ ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ଅଧିକାରୀଙ୍କ ନଜର ପଡ଼ୁ ନ ଥିବା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ସୁଦ୍ଧା ୩ହଜାର ସିଏମ୍‌ ପଥର ଧୁମାଗୁଡ଼ା ଗାଁ ନିକଟ ପାହାଡ଼ରୁ ଖନନ କରି ଚାଲାଣ ହୋଇଥିବା ଜଣେ ରାଜସ୍ବ କର୍ମଚାରୀ ସୂଚନା ଦେଇଛନ୍ତି। ଉକ୍ତ ବ୍ଲାଷ୍ଟିଂ ଏବଂ ପଥର ଖନନ ଦ୍ୱାରା ନିକଟସ୍ଥ ଗ୍ରାମ ପ୍ରତି ବିପଦ ରହିବା ସହ ପରିବେଶ ପ୍ରଦୂଷିତ ହେଉଛି। ଉକ୍ତ ପାହାଡ଼ ନିକଟରେ ରହିଥିବା ବହୁ ପୁରୁଣା ଗଛ ସବୁ ନଷ୍ଟ ହେବାକୁ ଲାଗିଲାଣି। ଶୁକ୍ରବାର ମଧ୍ୟ ସେଠାରେ ମେଶିନ ସାହାଯ୍ୟରେ ପଥର ଖନନ ହେବା ସହ ବହୁ ପୁରୁଣା ବଡ଼ ବଡ଼ ବୃକ୍ଷକୁ ମେଶିନ ସାହାଯ୍ୟରେ କାଟିଦିଆଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରଶାସନିକ ଅଧିକାରୀ କାହିଁକି କୌଣସି ଆଇନଗତ ପଦକ୍ଷେପ ନେଉନାହାନ୍ତି ତାହା ସନ୍ଦେହ ଘେରରେ। ଖଜୁରିଗଛ ମୂଳରୁ ପାହାଚ ପାହାଚ ଭଳି ତହସିଲ କାର୍ଯ୍ୟାଳୟର ଉପରଠୁ ତଳ ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ଏବଂ ବ୍ୟକ୍ତିଗତ ସ୍ବାର୍ଥ ସାଧନରେ ବ୍ୟସ୍ତ ବୋଲି ସାମାଜିକ କର୍ମୀମାନେ କହିଛନ୍ତି। ତେବେ ଏନେଇ ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ ପଥର ଖନନ ଖବରପାଇ ସେଠାକୁ ଯାଇଥିଲେ ବୋଲି କହିଛନ୍ତି। ଏନେଇ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri