Posted inଜାତୀୟ

ବେଆଇନ ଖନନରୁ ଆରାବଳୀ ପରିବେଶ କ୍ଷତି

ନୂଆଦିଲ୍ଲୀ,୧୫ା୧: ଆରାବଳୀ ପର୍ୱତମାଳା କେବଳ ପଥର ପାହାଡ଼ ନୁହେଁ, ଏହା ବହୁ କୋଟି ଲୋକଙ୍କ ପାଇଁ ଜଳଉତ୍ସ ଏବଂ ବାୟୁ ପ୍ରଦୂଷଣ ରୋକିବାରେ ପ୍ରାକୃତିକ ପାଚେରି ସଦୃଶ, ଯାହା ଏବେ ଗମ୍ଭୀର ବିପଦର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ‘ଇକୋ-ରେଷ୍ଟୋରେଶନ ଅଫ୍‌ ଆରାବଳୀ ଲ୍ୟାଣ୍ଡସ୍କେପ୍‌’କୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୁଧବାର ଉନ୍ମୋଚନ କରିଛନ୍ତି। ଏଥିରେ ବେଆଇନ ଖଣି ଖନନ ଏବଂ ଜବରଦଖଲ ଯୋଗୁ ଏହି ପ୍ରାଚୀନ ପର୍ୱତମାଳାର ପରିବେଶ କ୍ରମାଗତ ଭାବେ ନଷ୍ଟ ହେବାରେ ଲାଗିଥିବା ଉଲ୍ଲେଖ ରହିଛି। ବିଶେଷକରି ଜଙ୍ଗଲ କ୍ଷୟ, ଜଳ ସଙ୍କଟ, ତାପମାତ୍ରା ବୃଦ୍ଧି ଆଦି କିଭଳି ବଡ଼ ବିପଦ ହୋଇ ଛିଡ଼ାହୋଇଛି ତାହା ଉକ୍ତ ଅଧ୍ୟୟନରେ ଦର୍ଶାଯାଇଛି। ଏଠାରେ ପ୍ରକାଶ କରାଯାଇପାରେ ଯେ, କେନ୍ଦ୍ର ସରକାରଙ୍କ ସୁପାରିସକୁ ଗ୍ରହଣ କରି ସୁପ୍ରିମ୍‌କୋର୍ଟ ଗତ ନଭେମ୍ୱରରେ କହିଥିଲେ ଯେ, କେବଳ ସେହି ଭୂଭାଗକୁ ‘ଆରାବଳୀ ପାହାଡ଼’ କୁହାଯିବ, ଯାହାର ଉଚ୍ଚତା ସମତଳ ଭୂମିଠାରୁ ଅତିକମ୍‌ରେ ୧୦୦ ମିଟର ଅଧିକ। ଏଥିଯୋଗୁ ଆରାବଳୀର ପ୍ରାୟ ୯୦% ଅଂଶରେ ଖଣି ଖନନ ଏବଂ ନିର୍ମାଣ ପାଇଁ ବାଟ ଫିଟିଯାଇଥିଲା। ଏନେଇ ଜନସାଧାରଣ ଏବଂ ପରିବେଶବିତ୍‌ଙ୍କ ପ୍ରବଳ ବିରୋଧ ପରେ ଗତ ୨୯ ଡିସେମ୍ୱରରେ ସୁପ୍ରିମକୋର୍ଟ ନିଜର ପୂର୍ୱ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରି କହିଥିଲେ ଯେ, ଏହି ୧୦୦ ମିଟର ସଂଜ୍ଞା ଦ୍ୱାରା ପରିବେଶର ଅପୂରଣୀୟ କ୍ଷତି ହୋଇପାରେ।

ଆରାବଳୀ ପର୍ୱତମାଳାରେ ଜବରଦଖଲ, ଗଛକଟା, ବେଆଇନ ଖଣି ଖନନ ଏବଂ ସହରୀ ଭିତ୍ତିଭୂମିର ଦ୍ରୁତ ସମ୍ପ୍ରସାରଣ ଏହାର ଭୂତଳ ଜଳର ଭରଣା, ଜୈବ ବିବିଧତା, ବାୟୁ ଗୁଣବତ୍ତା ଏବଂ ଜଳବାୟୁ ନିୟମିତତାକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି, ୮୦ ଦଶକ ପୂର୍ୱରୁ ସାରିସ୍କା ଏବଂ ବାର୍‌ଡୋଡ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ଆଖପାଖ ଅଞ୍ଚଳ ସମେତ ଜଙ୍ଗଲ ଜମିର ଉପଯୋଗରେ ବ୍ୟାପକ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବନାଞ୍ଚଳ ଦ୍ରୁତ ହ୍ରାସ ଘଟୁଛି। ଫଳରେ ଗୁରୁତ୍ୱପୂର୍ଣ୍ଣ ବନ୍ୟାପ୍ରାଣୀ ବାସସ୍ଥଳ ଏବଂ ଅବବାହିକା ଅଞ୍ଚଳ ବିଖଣ୍ଡିତ ହେଉଛି।
ଭାରତରେ ଥିବା ଡେନ୍‌ମାର୍କ ଦୂତାବାସ ଏବଂ ହରିୟାଣା ରାଜ୍ୟ ବନବିଭାଗ ସହାୟତାରେ ସଙ୍କଳା ଫାଉଣ୍ଡେଶନ ଉକ୍ତ ଗବେଷଣା କରିଛି, ଯାହାର ନାମ ଦିଆଯାଇଛି ଇକୋ-ରିଷ୍ଟୋରେଶନ ଅଫ୍‌ ଦି ଆରାବଳୀ ଲ୍ୟାଣ୍ଡସ୍କେପ୍‌। ଜୈବ ବିବିଧତା ସଂରକ୍ଷଣ, ଜଳବାୟୁ ସହଣି, ଜୀବିକା ସୁରକ୍ଷା ଏବଂ ମାନବାଧିକାର ସହ ସମ୍ପୃକ୍ତ ପରିବେଶୀୟ ଅବନତିର ଆକଳନ କରିବା ପାଇଁ ସେମାନେ ଏକ ସମନ୍ୱିତ ଆଭିମୁଖ୍ୟ ଆପଣାଇଥିଲେ। ବିଶ୍ୱର ଅନ୍ୟତମ ସର୍ୱପୁରାତନ ପାର୍ୱତ୍ୟାଞ୍ଚଳ ଆରାବଳୀ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଅବରୋଧକ ଭାବେ କାର୍ଯ୍ୟ କରିବା ସହ ଜୀବନ ସହାୟକ ପରିବେଶ ଦେଇଆସୁଛି। ତେବେ ୫୦ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନ ଦେଇଥିବା ଏବଂ ୪ ରାଜ୍ୟ ଓ ୨୯ ଜିଲାକୁ ବ୍ୟାପିଥିବା ଏହି ପର୍ୱତମାଳା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଥିବା ଅଧ୍ୟୟନରେ କୁହାଯାଇଛି। ଜଙ୍ଗଲରୁ ବ୍ୟାପକ ଗଛ କଟା, ଜମିର ଅସ୍ଥିର ବ୍ୟବହାର, ଦ୍ରୁତ ସହରୀକରଣ. ଜମିର ବ୍ୟାପକ ଅବନତି ଓ ମରୁଭୂମୀକରଣ ଆରାବଳୀ ପର୍ୱତମାଳା ଉପରେ ଅତ୍ୟଧିକ ଚାପ ପକାଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୁଧବାର ଉକ୍ତ ରିପୋର୍ଟ ଉନ୍ମୋଚନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri