ଦୁର୍ଗମ ଗାଁରେ ପରିବେଶ ଚିନ୍ତା: ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ନେଲେ ଶପଥ

ଦାରିଙ୍ଗବାଡ଼ି,୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଗାଁ ଓ ଏହାର ଆଖପାଖ ଅଞ୍ଚଳର ପରିବେଶକୁ ସୁରକ୍ଷା ଦେବା ଗାଁରେ ଖାଲି ପଡ଼ିଥିବା ଚାଷଜମିରେ ବ୍ୟାପକ ବୃକ୍ଷରୋପଣ କରାଇବା ଜଙ୍ଗଲକୁ ସୁରକ୍ଷା ପାଇଁ ଗାଁର ସମସ୍ତ ବ୍ୟକ୍ତି ସଚେତନ ହେବା ସହ ଏଥିପାଇଁ ଅଣ୍ଟା ଭିଡ଼ିବା ପାଇଁ ସଚେତନ କରାଯାଇଛି। ଏଥିସହ ଆସନ୍ତା ୨୦୨୭ସୁଦ୍ଧା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ବର୍ଜନ ପାଇଁ ଶପଥ ଗ୍ରହଣ କରିଛନ୍ତି ଦନେକବାଡ଼ି ପଞ୍ଚାୟତବାସୀ।
ପ୍ରକାଶ ଯେ, ଗୁରୁବାର ବିଶ୍ୱ ପରିବେଶ ଦିବସରେ ପରିବେଶର ସୁରକ୍ଷା ପାଇଁ ଗ୍ରାମବିକାଶ ଅନୁଷ୍ଠାନ ସମେତ ଜାଗୃତି ଏବଂ ୟୁଥ୍‌ ଫର୍‌ ଓ୍ବାଟର୍‌ର କର୍ମକର୍ତ୍ତାମାନେ ଦନେକବାଡ଼ିରେ ପହଞ୍ଚି ପରିବେଶ ଦିବସ ପାଳନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ବିଶେଷକରି ଯେଉଁ ପ୍ଲାଷ୍ଟିକ ମାତ୍ର ଥରୁଟିଏ ବ୍ୟବହାର କରାଯାଉଛି ତାକୁ ବ୍ୟବହାର ନ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ ଏକାଧିକ ଭୟଙ୍କର ରୋଗର ଶିକାର ହେବାକୁ ପଡ଼ିବ କାରଣ। ପ୍ଲାଷ୍ଟିକ ମାଟିରେ ମିଶିବାକୁ ଶହ ଶହ ବର୍ଷ ଲାଗିଯିବ ଓ ଏହା ପରିବେଶକୁ ନଷ୍ଟ କରୁଥିବା କୁହାଯାଇଥିଲା। ଏହି ଅବସରରେ ଶପଥ ପାଠରେ ପ୍ଲାଷ୍ଟିକ-ମୁକ୍ତ ପିକନିକ୍‌ ସ୍ପଟ୍‌ କରିବାକୁ ନିଷ୍ପତ୍ତି ନିଆଯିବା ସହ ଶପପାଠ କରାଯାଇଥିଲ। ୨୦୨୭ ସୁଦ୍ଧା ଦାରିଙ୍ଗବାଡ଼ି ଅଞ୍ଚଳର ପିକନିକ ସ୍ଥାନଗୁଡ଼ିକୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ମୁକ୍ତ କରାଯିବା ସହ ପିକନିକ ସ୍ଥାନଗୁଡିକୁ ପରିବେଶ-ସମ୍ବେଦନଶୀଳ ଓ ପ୍ରାକୃତିକ ଉପାୟରେ ବ୍ୟବହାର କରିବା ପାଇଁ ନିଜ ପରିବାର ବର୍ଗ ଓ ବନ୍ଧୁମାନଙ୍କୁ ପଉତ୍ସାହିତ କରାଯିବା । ଭୋଜି ଶେଷ ହେବା ପରେ ପିକ୍‌ନିକ୍‌ ସ୍ଥାନକୁ ସଫା ଏବଂ ବୈଜ୍ଞାନିକ ଉପାୟରେ ଅଳିଆ ନିଷ୍କାସନ କରିବାକୁ ପ୍ରେରଣା ଦେବା ପାଇଁ ପ୍ରବାର୍ତ୍ତାଇବା, ପରିବେଶ-ଅନୁକୂଳ ପଦାର୍ଥ ଗୁଡ଼ିକର ବ୍ୟବହାର ସହିତ ସ୍ଥାନୀୟ ସ୍ତରରେ ଉତ୍ପାଦିତ ପତ୍ର-ପ୍ଲେଟ୍‌, ପତ୍ର-କପ୍‌ ଇତ୍ୟାଦିର ବ୍ୟବହାରକୁ ପ୍ରୋତ୍ସାହନ ଚକ୍ରୀୟ ଅର୍ଥନୀତିର ଚିନ୍ତାଧାରାକୁ ଗ୍ରହଣ ଏବଂ ଏହି ବିଷୟରେ ସଚେତନତା ମଧ୍ୟ ସୃଷ୍ଟି କରିବା ଆଦି ଶପଥ କରାଯାଇଥିଲା।
କାର୍ଯ୍ୟକ୍ରମରେ ସିଂ ଙ୍କ ସମେତ ନିରଞ୍ଜନ, ଅକ୍ଷୟ କୁମାର ପରିଚ୍ଛା, କୁନିତା ପ୍ରଧାନ, ଝରଣା ସାହୁ, ରାଧିକା ପ୍ରଧାନ, ସେବିକା ପ୍ରଧାନ, ଛାନିମା ପ୍ରଧାନ
ରାନୁ ପ୍ରଧାନ, ସାମୁଏଲ ପ୍ରଧାନ, ସାନ୍ତନା ପ୍ରଧାନ, ସରିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସଚେତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri