ପାଉଁଶ ଡମ୍ପିଂ ଦ୍ବାରା ପରିବେଶ ପ୍ରଦୂଷିତ

କୁଚିଣ୍ଡା, ୮ା୬(ଡି.ଏନ୍‌.ଏ.): କୁଚିଣ୍ଡା ବାଇପାସ୍‌ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ ପାଉଁଶ ଡମ୍ପିଂ ବନ୍ଦ ନେଇ ପଦକ୍ଷେପ ନେବାକୁ କୁଚିଣ୍ଡା ୱାର୍ଡ ନଂ.୯ର ଦୁଃଖବନ୍ଧୁ କିଷାନ କୁଚିଣ୍ଡା ତହସିଲଦାରଙ୍କଠାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି।
ଦୁଃଖବନ୍ଧୁଙ୍କ ଅଭିଯୋଗକ୍ରମେ ଜାତୀୟ ରାଜପଥ କୁଣ୍ଡାପୋଷି ପେଟ୍ରୋଲ ପମ୍ପ ନିକଟରେ ରହିଥିବା ତାଙ୍କ ଘର ନିକଟରେ ବାମରା ବ୍ଲକ ଜରାବଗା ପଞ୍ଚାୟତ ଅଞ୍ଚଳର ଜଣେ ବ୍ୟକ୍ତି ଝାରସୁଗୁଡ଼ା ଅଞ୍ଚଳର କାରଖାନାରୁ ନିର୍ଗତ ପାଉଁଶ ଆଣି ଦୀର୍ଘଦିନ ହେବ ଏଠାରେ ଡମ୍ପିଂ କରିଆସୁଛନ୍ତି। ବାରମ୍ବାର ମନା କରିବା ସତ୍ତ୍ୱେ ସେ କର୍ଣ୍ଣପାତ କରୁନାହାନ୍ତି। ପବନ ଦ୍ବାରା ପାଉଁଶ ଉଡ଼ି ତାଙ୍କ ଘର ଓ ପାଖ ଜମିରେ ପଡୁଛି। କାରଖାନାରୁ ନିର୍ଗତ ପାଉଁଶ ବାହାରେ କିମ୍ବା କୌଣସି ଜନବସତିରେ ପକାଇବା ନିୟମ ବିରୁଦ୍ଧ। ହେଲେ ସମ୍ପୃକ୍ତ ବ୍ୟକ୍ତି ସିଧାସଳଖ ଏନ୍‌ଏସି ଅଞ୍ଚଳର ଜନବସତିରେ ପକାଉଥିବାରୁ ଏଥିରେ ସମସ୍ତେ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ଏଠାରୁ ବେଆଇନ ଡମ୍ପିଂ ହଟାଇବାକୁ ଦୁଃଖବନ୍ଧୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରସନ୍ନ ଟେଟେଙ୍କୁ ପଚାରିବାରେ ଅଭିଯୋଗ ଉପରେ ତଦନ୍ତକରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri