Posted inରାଜ୍ୟ

ରିକିଙ୍କ ସଙ୍ଗୀତରେ ପରିବେଶ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜନ ହେଉଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌। ଜଣେ ପରିବେଶବିତ୍‌ ଭାବେ ମଧ୍ୟ ତାଙ୍କର ଆଉ ଏକ ପରିଚୟ ରହିଛି। ତିନିଥର ଗ୍ରାମୀ ଆୱାର୍ଡ ପାଇଥିବା ରିକି ତାଙ୍କ ସଙ୍ଗୀତରେ ପରିବେଶକୁ ସ୍ଥାନ ଦେଇଥାନ୍ତି। ନ୍ୟୁୟର୍କ, ଜେନେଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟ ସମେତ ୩୦ ରାଷ୍ଟ୍ରରେ ସେ ସଙ୍ଗୀତ ପରିବେଷଣ କରି ବିଶ୍ୱବାସୀଙ୍କ ହୃଦୟ ଜିଣିଛନ୍ତି। ୨୦୧୫ରେ ଆୟୋଜିତ ୫୭ତମ ଗ୍ରାମୀ ଆୱାଡର୍‌ସରେ ‘ଉଇଣ୍ଡ୍ସ ଅଫ୍‌ ସମ୍‌ସାର’ ପାଇଁ ସେ ପ୍ରଥମଥର ପୁରସ୍କାର ପାଇଥିଲେ। ଏହାପରେ ୨୦୨୨ ଓ ୨୦୨୩ରେ ‘ଡିଭାଇନ୍‌ ଟାଇଡ୍ସ’ର ମ୍ୟୁଜିକ୍‌ କମ୍ପୋଜ୍‌ କରି ସେ ଲଗାତର ୨ବର୍ଷ ଗ୍ରାମୀ ଆୱାର୍ଡ ହାସଲ କରିଛନ୍ତି। ୨୦୨୦ରେ ଜିକ୍ୟୁ ମାଗାଜିନ୍‌ ପକ୍ଷରୁ ତାଙ୍କୁ ‘ଜିକ୍ୟୁ ହିରୋ’ ନାମରେ ନାମିତ କରାଯାଇଥିଲା। ଏଥିସହ ସେ ୨୦ ଦେଶରୁ ୧୦୦ରୁ ଅଧିକ ପୁରସ୍କାର ଓ ସମ୍ମାନ ପାଇଛନ୍ତି।
୧୯୮୧ ମସିହା ଅଗଷ୍ଟ ୫ରେ ଭାରତୀୟ ବଂଶୋଦ୍ଭବ ମାତାପିତାଙ୍କଠାରୁ ରିକି ଆମେରିକାର ଉତ୍ତର କରୋଲିନାଠାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ବାପା ଡ. ଜ୍ଞାନ କେଜ୍‌ ସେଠାରେ ଜଣେ ଜେନେରାଲ୍‌ ଫିଜିସିଆନ୍‌ ଥିଲେ। ମା’ଙ୍କ ନଁା ପମି କେଜ୍‌। ୧୯୮୬ରେ ପରିବାର ସହ ରିକି ଭାରତ ଫେରିଥିଲେ। ଏହାପରେ ୮ବର୍ଷ ବୟସରେ ରିକି ବେଙ୍ଗାଲୁରୁସ୍ଥିତ ‘ବିଶପ୍‌ କଟନ ବୟଜ୍‌’ ସ୍କୁଲରେ ଶିକ୍ଷାଲାଭ କଲେ। ଏଥିସହ ସେଠାରେ ଅକ୍ସଫୋର୍ଡ ଡେଣ୍ଟାଲ କଲେଜରେ ପାଠ ପଢ଼ିଥିଲେ। ଡାକ୍ତର ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ଥିଲା। ତେଣୁ ସେ ସଙ୍ଗୀତକୁ କ୍ୟାରିଅର କଲେ। କଲେଜରେ ପଢ଼ୁଥିବା ସମୟରୁ ହିଁ ସେ ବ୍ୟାଣ୍ଡ୍‌ରେ ଯୋଗଦେଇ ମ୍ୟୁଜିକ୍‌ କମ୍ପୋଜ କରିବା ଆରମ୍ଭ କରିଦେଇଥିଲେ। ଜଣେ କିବୋର୍ଡ ଆର୍ଟିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିବା ରିକି ୨ବର୍ଷ ପରେ ଜଣେ ଫୁଲ୍‌ଟାଇମ୍‌ କମ୍ପୋଜର ଭାବେ ପରିଚିତି ହାସଲ କରିଥିଲେ। ସେତେବେଳକୁ ଅର୍ଥାତ୍‌ ୨୦୦୩ରେ ସେ ବେଙ୍ଗାଲୁରୁରେ ରାଭେଲ୍ୟୁଶନ୍‌ ନାମକ ଏକ ବ୍ୟାଣ୍ଡ୍‌ ଆରମ୍ଭ କରିସାରିଥିଲେ। ପ୍ରଥମେ ସେ ବିଜ୍ଞାପନ ଏବଂ କାନାଡ଼ା ଫିଲ୍ମ ପାଇଁ କମ୍ପୋଜ୍‌ କଲେ। ୨୦୦୮ରେ ଜିଙ୍ଗଲ-ଟ୍ରିଜ ଫର୍‌ ଫ୍ରି, ୨୦୦୯ରେ ଜିଙ୍ଗଲ-ସେଭେଣ୍ଟି ଏମ୍‌ଏମ୍‌ ମୁଭି ରେଣ୍ଟାଲ୍‌ସ, ୨୦୧୦ରେ ଶାନ୍ତି ଅର୍କେଷ୍ଟ୍ରା, ୨୦୧୩ରେ ଫର୍‌ ଏଭର, ୨୦୧୫ରେ ଉଇଣ୍ଡସ୍‌ ଅଫ୍‌ ସମ୍‌ସାର, ମହାତ୍ମା, ନିୟୁ ଆର୍ଥ କଲିଙ୍ଗ, ପାନାସୋନିକ ପି୮୧, ୨୦୧୭ରେ ଗଙ୍ଗା, ୨୦୧୯ରେ ୱାନ୍‌ ଉଇଥ୍‌ ଆର୍ଥ ସଙ୍ଗ୍‌, ମାଇଁ ଆର୍ଥ ସଙ୍ଗ୍‌, ବ୍ରେଦ୍‌ ଲାଇଫ୍‌ ଭଳି ଲୋକପ୍ରିୟ ସଙ୍ଗୀତ ଓ ଆଡ୍‌ କମ୍ପୋଜ୍‌ କରିଛନ୍ତି। ୨୦୧୮ରେ ଜାତିସଂଘରୁ ବଛା ଯାଇଥିବା ରିୟଲ ଲିଡର୍ସ ୧୦୦ ମଧ୍ୟରେ ଭାରତରୁ ରିକି ହିଁ ଏକମାତ୍ର ପ୍ରତିନିଧିତ୍ୱ କରିଥିଲେ। ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟକୁ ନେଇ ସେ ‘ମାଇଁ ଆର୍ଥ’ ଗୀତ ପ୍ରସ୍ତୁତ କରିଥିଲେ। ଏହି ଗୀତକୁ ୟୁନିସେଫ୍‌ ଲଞ୍ଚ କରିବା ସହ ଇଂଲିଶ, ହିନ୍ଦୀ ଓ କନ୍ନଡ଼ ଭାଷାରେ ପାଖାପାଖି ୫ମିଲିୟନ୍‌ରୁ ଅଧିକ ପୁସ୍ତକରେ ଏହା ପ୍ରକାଶ ପାଇଛି। ରିକିଙ୍କ ୧୭ଟି ଷ୍ଟୁଡିଓ ଆଲବମ୍‌ ରିଲିଜ ହୋଇଛି। ମାତ୍ର ସବୁଗୁଡ଼ିକ ୟୁନାଇଟେଡ୍‌ ଷ୍ଟେଟ୍‌ସରେ ରିଲିଜ ହୋଇଥିବାବେଳେ ନିଜ ଦେଶରେ ଗୋଟିଏ ବି ହୋଇନାହିଁ। ଏ ନେଇ ରିକିଙ୍କ ମତ ଯେ ଭାରତରେ ସଙ୍ଗୀତକୁ କିଣିବା ଭଳି ଏକ ପୋର୍‌ କଲ୍‌ଚର ରହିଛି। ଏଥିସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଡୋମିନାଣ୍ଟ ପ୍ରେଜେନ୍ସ ପାଇଁ ସେ ଭାରତରେ କମ୍ପୋଜ୍‌ କରନ୍ତି ନାହିଁ ବୋଲି କହିଛନ୍ତି। ୨୦୧୪ରେ ରିକି ବର୍ଷା ଗୌଡ଼ାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri