ଜାଲ୍‌ ଆଇକାର୍ଡ ଦ୍ୱାରା ସଚିବାଳୟରେ ପ୍ରବେଶ

ଭୁବନେଶ୍ୱର,୬।୫(ବ୍ୟୁରୋ): ଜାଲ ଆଇକାର୍ଡ ଦ୍ୱାରା ସଚିବାଳୟ ଭିତରକୁ ପ୍ରବେଶ କରିବା ମାମଲାରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା କିଶୋର ନଗର ଅଞ୍ଚଳର ସମୀର କୁମାର ବର୍ମନ୍‌ (୪୨) ଓ ଜଗତସିଂହପୁର ଜିଲା ତରଡାପଡ଼ା ଅଞ୍ଚଳର ରାକେଶ କୁମାର ପ୍ରଧାନ (୨୯)। ରାକେଶ ସଚିବାଳୟରେ ସହଯୋଗ ବିଭାଗର ସିନିୟର ଆଇଟି ପ୍ରୋଗ୍ରାମର୍‌ ଭାବେ କାର୍ଯ୍ୟ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଅନୁଯାୟୀ, ଗତ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା୩୦ରେ ଲୋକସେବା ଭବନରେ ସିକ୍ୟୁରିଟି ଯାଞ୍ଚ ଚାଲିଥିଲା। ପୋଲିସ କର୍ମଚାରୀ କୁନାଲ ରଞ୍ଜନ ମହାପାତ୍ର ତଳ ମହଲା ଲିଫ୍ଟ ନିକଟରେ ସମୀରଙ୍କ ପରିଚୟ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସମୀରଙ୍କ ନିକଟରୁ ସଚିବାଳୟର ଏକ ଜାଲ ଆଇକାର୍ଡ ପାଇଥିଲେ। ଯାହା ସ୍ବାସ୍ଥ୍ୟ ବିଭାଗର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର ଭାବେ ଦର୍ଶାଯାଇଥିଲା। ଯାଞ୍ଚ ବେଳେ ଏହା ଏକ ନକଲି ପାସ୍‌ ବୋଲି ଜଣାପଡ଼ିଥିଲା।
ପଚରାଉଚରା ପରେ ସେ ଏହାକୁ ରାକେଶଙ୍କଠୁ ଆଣିଥିବା କହିଥିଲେ। ଏନେଇ ଲୋକସେବା ଭବନର ସୁରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ସୁଜିତ୍‌ କୁମାର ଦଳେଇଙ୍କ ଏତଲାକ୍ରମେ ପୋଲିସ ଏକ (ନଂ.୨୭୪/୨୦୨୩) ମାମଲା ରୁଜୁ କରି ସମୀର ଓ ରାକେଶଙ୍କୁ ଗିରଫ କରିଥିଲା।