Posted inଜାତୀୟ

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା

ଡେରାଡୁନ୍‌,୭ା୧: ହରିଦ୍ୱାରରେ ଥିବା ୧୦୫ଟି ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ସେହିପରି ହରିଦ୍ୱାର ଓ ଋଷିକେଶକୁ ପବିତ୍ର ସହର ରୂପେ ଘୋଷଣା କରିବା ନେଇ ମଧ୍ୟ ସରକାରଙ୍କ ଯୋଜନା ରହିଛି। ହର-କି-ପୌରି ଘାଟର ଦେଖାଶୁଣା କରୁଥିବା କେତେଜଣ ଧାର୍ମିକ ନେତା ଓ ଏକ ସଙ୍ଗଠନ ପକ୍ଷରୁ ଏପରି ଦାବି କରାଯିବା ପରେ ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏପରି କଟକଣା ଜାରି ପାଇଁ ଉଦ୍ଦିଷ୍ଟ ୧୯୧୬ ମସିହାର ଏକ ଚୁକ୍ତି ଉପରେ ମଧ୍ୟ ରାଜ୍ୟ ସରକାର ସମୀକ୍ଷା କରୁଥିବା ଜଣାପଡ଼ିଛି। ୨୦୨୭ରେ ପଡ଼ୁଥିବା ଅର୍ଦ୍ଧକୁମ୍ଭ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ।
୧୨୦ ବର୍ଗ କି.ମି. ବିସ୍ତୃତ ଅଞ୍ଚଳରେ ଥିବା ୧୦୫ ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିବା ପାଇଁ କେତେଜଣ ସାଧୁସନ୍ଥ ଦାବି କରିଛନ୍ତି। ହର-କି-ପୌରି ଘାଟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଗଙ୍ଗା ସଭା ସଙ୍ଗଠନ ମଧ୍ୟ ଅନୁରୂପ ଦାବି କରିଛି। ଏହା ପରେ ଉତ୍ତରାଖଣ୍ଡର ଭାଜପା ସରକାର ହରିଦ୍ୱାର ଓ ଋଷିକେଶକୁ ‘ସନାତନ ପବିତ୍ର ସହର’ ରୂପେ ଘୋଷଣା କରିବାକୁ ଯୋଜନା ଚଳାଇଛନ୍ତି। ୨୦୨୭ ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଆରମ୍ଭ ହେବାକୁ ଥିବା ଅର୍ଦ୍ଧକୁମ୍ଭ ମେଳାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୧୯୧୬ରେ ଭାରତରନତ୍ ପଣ୍ଡିତ ମଦନ ମୋହନ ମାଲବ୍ୟ ଓ ବ୍ରିଟିଶ ସରକାର ମଧ୍ୟରେ ସମ୍ପାଦନ ହୋଇଥିବା ଏ ସଂକ୍ରାନ୍ତ ଚୁକ୍ତିନାମାର ବିବରଣୀକୁ ମଧ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ମାଲବ୍ୟ ଗଙ୍ଗାସଭାର ପ୍ରଥମ ଅଧ୍ୟକ୍ଷ ଥିଲେ। ଗଙ୍ଗାନଦୀର ପ୍ରବାହରେ ଯେପରି ବାଧା ନ ଉପୁଜେ ତାହା ସୁନିଶ୍ଚିତ କରି ହରିଦ୍ୱାରର ପବିତ୍ରତାକୁ ବଜାୟ ରଖିବା ପାଇଁ ଉକ୍ତ ଚୁକ୍ତିନାମାରେ ସହମତି ପ୍ରକାଶ ପାଇଥିଲା। ସେହିପରି ହରିଦ୍ୱାର ସହରକୁ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ନେଇ ସର୍ତ୍ତ ରଖାଯାଇଥିଲା। ଋଷିକେଶ ଓ ହରିଦ୍ୱାରରେ ଅଣହିନ୍ଦୁମାନେ ସ୍ଥାୟୀ ବାସିନ୍ଦା ହୋଇପାରିବେ ନାହିଁ ଏବଂ ସେମାନେ କେବଳ କାର୍ଯ୍ୟ ପାଇଁ ସେଠାକୁ ଯାଇପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ଗମ୍ଭୀରତାର ସହ ମୂଳ ଚୁକ୍ତିନାମାର ନିୟମଗୁଡ଼ିକୁ ଫେରାଇ ଆଣିବା ପାଇଁ ଚିନ୍ତା କରୁଛନ୍ତି।
ପୁସ୍କର ସିଂ ଧାମି ଏନେଇ କହିଛନ୍ତି, ଦେବଭୂମିର ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ସରକାର ସବୁ ଜରୁରୀ ପଦକ୍ଷେପ ନେବେ। ସନାତନ ବିଶ୍ୱାସୀଙ୍କ ପାଇଁ ଉତ୍ତରାଖଣ୍ଡ ହେଉଛି ଆସ୍ଥାର କେନ୍ଦ୍ରସ୍ଥଳ। ହରିଦ୍ୱାର ଓ ଋଷିକେଶକୁ ସନାତନ ସହର ରୂପେ ଘୋଷଣା କରିବା ପାଇଁ ବିଚାର ଚାଲିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

ପ୍ରଥମ ସେମିଫାଇନାଲରୁ ୪ ଖେଳାଳି ବାଦ୍‌, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି…

ରାଇପଦା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩…..

ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଠାରୁ କଳିଙ୍ଗା ରାଜ୍ୟ ରାଜପଥ ରାଇପଦା ଦୀର୍ଘ ବୁଲାଣି ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri