ଟ୍ରମ୍ପଙ୍କ ଟିମ୍‌ରେ ହିନ୍ଦୁ ନେତାଙ୍କ ଏଣ୍ଟ୍ରି, ଟେନଶନରେ ଚାଇନା!

ଓ୍ବାଶିଂଟନ୍‌,୧୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ନିଯୁକ୍ତି ଦେଉଛନ୍ତି। ଏବେ ତାଙ୍କ କ୍ୟାବିନେଟେରେ ଜଣେ ହିନ୍ଦୁ ନେତାଙ୍କୁ ଏଣ୍ଟ୍ରି ମିଳିଛି। ଭାରତୀୟ ବଂଶୋଦ୍ଭବ ତଥା ପୂର୍ବ ଏମପି ଓ ଲେଫନାଣ୍ଟ କର୍ନେଲ ତୁଲସୀ ଗଓୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଟ୍ରମ୍ପ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବେରେ ନିଯୁକ୍ତ କରିଛନ୍ତି।

ପୂର୍ବତନ କଂଗ୍ରେସ ସଦସ୍ୟ ତୁଲସି ଗଓୱାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ମହିଳା ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି। ତୁଲସୀ ଜଣେ ଅଭିଜ୍ଞ ସୈନିକ। ବିଭିନ୍ନ ସମୟରେ ମଧ୍ୟ ପୂର୍ବ ଏବଂ ଆଫ୍ରିକାର ଯୁଦ୍ଧ ଜୋନେରେ ସେ ନିୟୋଜିତ ଥିଲେ। ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ ପାର୍ଟିରୁ ଅଲଗା ହୋଇଥିଲେ ଏବଂ ନିର୍ବାଚନ ସମୟରେ ରିପବ୍ଲିକାନ ପାର୍ଟିରେ ଯୋଗ ଦେଇଥିଲେ। ଏନେଇ ଟ୍ରମ୍ପ ‘ଟ୍ରମ୍ପ ଓ୍ବାର ରୁମ୍‌’ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏପରି ଘୋଷଣା କରିଛନ୍ତି।

ଘୋଷଣା କରି ସେ କହିଛନ୍ତି, ମୁଁ ବହୁତ ଖୁସି କି, ପୂର୍ବ ଏମପି ତଥା ଲେଫନାଣ୍ଟ କର୍ନେଲ ତୁଲସୀ ଗଓୱାର୍ଡ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ। ତୁଲସୀ ଦଶକ ଦଶକ ଧରି ଦେଶ ଓ ଆମେରିକାବାସୀଙ୍କ ସ୍ବତନ୍ତ୍ରତା ପାଇଁ ସଂଘର୍ଷ କରିଛନ୍ତି।

ତୁଲସୀ ୨୦୧୩ରୁ ୨୦୨୧ ଯାଏ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ରହିଛନ୍ତି। ୨୦୨୨ରେ ସେ ଏହି ଦଳ ଛାଡି ଦେଇଥିଲେ। କାରଣ ସେ ଯୁଦ୍ଧ ଓ ସୈନ୍ୟ ହସ୍ତକ୍ଷେପକୁ ନେଇ ଅସହମତ ପ୍ରକାଶ କରିଥିଲେ। ତୁଲସୀଙ୍କ ବିଷୟରେ କହିଲେ ସେ ଜଣେ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ତାଙ୍କର ପ୍ରଥମ ନାମ ହିନ୍ଦୁ ଶଦ୍ଦରୁ ଆସିଛି। ତାଙ୍କ ମାଆ ହିନ୍ଦୁ ଧର୍ମକୁ ଆପଣାଇଥିବାବେଳେ ତାଙ୍କ ସନ୍ତାନଙ୍କର ବି ସେ ହିନ୍ଦୁ ନାମ ଦେଇଛନ୍ତି। ତୁଲସୀ ନିଜେ ବି ହିନ୍ଦୁ ଧର୍ମକୁ ମାନନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri