Posted inରାଜ୍ୟ

‘ଉଦ୍ୟୋଗୀମାନେ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉଚିତ’

କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ୨୦୨୦ରେ କଟକରେ ପ୍ରତିଷ୍ଠା ହୋଇଥିଲା ‘କାର୍ସିନୋଭା କ୍ୟାନ୍‌ସର ହସ୍ପିଟାଲ’। କମ୍‌ ଖର୍ଚ୍ଚରେ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ଯୋଗାଇବା ହସ୍ପିଟାଲର ଲକ୍ଷ୍ୟ ବୋଲି ମେଡିକାଲ ଡାଇରେକ୍ଟର ଡା. ପ୍ରଜ୍ଞା ପାରମିିତା ମିଶ୍ର ସବୁବେଳେ କୁହନ୍ତି। ସେ ଜଣେ ଡେଣ୍ଟାଲ ସର୍ଜନ ହୋଇଥିବାବେଳେ ହସ୍ପିଟାଲ ମ୍ୟାନେଜମେଣ୍ଟରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ପୂର୍ବ ଭାରତରେ ରୋଗୀଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ଲକ୍ଷ୍ୟ ରଖିଥିବା ଡା. ମିଶ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- ସ୍ବାସ୍ଥ୍ୟ କ୍ଷେତ୍ରରେ ଜଣେ ଉଦ୍ୟୋଗୀଙ୍କ ମୁଖ୍ୟ ଭୂମିକା କ’ଣ ହୋଇଥାଏ?
ଉ- ଜଣେ ଉଦ୍ୟୋଗୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଦାୟିତ୍ୱ ବହନ ପାଇଁ ତପତ୍ର ହେବା ସହ ବିଭିନ୍ନ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦରକାର।
ପ୍ର- ଓଡ଼ିଶାରେ କ୍ୟାନ୍‌ସର ହସ୍ପିଟାଲ ଚଳାଇବା ଆପଣଙ୍କ ପାଇଁ ସହଜ କି?
ଉ- ଯେକୌଣସି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ପାଇଁ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରିଥାଏ। ବିଶେଷକରି ସ୍ବାସ୍ଥ୍ୟ କ୍ଷେତ୍ରରେ ଦିନକୁ ଦିନ ବଢ଼ୁଥିବା ଆବଶ୍ୟକତା ପୂରଣ କରିବା ସହଜ ନୁହେଁ।
ପ୍ର- ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ନୂଆ କୌଶଳ ପ୍ରୟୋଗ ପାଇଁ ସ୍ବତନ୍ତ୍ର ନିୟାମକ ସ୍ଥିର କରାଯିବାର ଆବଶ୍ୟକତା ଅଛି କି?
ଉ- କୌଣସି ନୂତନ ଜ୍ଞାନକୌଶଳ ପ୍ରୟୋଗ ସମୟରେ ଆମେ ଧ୍ୟାନଦେବା ଉଚିତ ଯେ, ତାହା ରୋଗୀଙ୍କ ପାଇଁ କେତେ ସହାୟକ ହେଉଛି। ରୋଗୀଙ୍କୁ କେବଳ ଉଚ୍ଚମାନରେ ସେବା ପ୍ରଦାନ କରୁଥିବା ଜ୍ଞାନକୌଶଳକୁ ସୁଯୋଗ ଦିଆଯିବା ଉଚିତ। ମାତ୍ର ଅତ୍ୟଧିକ କଟକଣା ଅନେକ ସମୟରେ ଅଭିନବତ୍ୱକୁ ପ୍ରଭାବିତ କରିଥାଏ।
ପ୍ର- ଏଣ୍ଟରପ୍ରିନିୟର ମ୍ୟାନେଜମେଣ୍ଟର କାର୍ଯ୍ୟ ସମ୍ପର୍କରେ କ’ଣ କହିବେ?
ଉ- ଏଣ୍ଟରପ୍ରିନିୟର ମ୍ୟାନେଜମେଣ୍ଟ ବିଭିନ୍ନ ପ୍ରକାର ପରିଚାଳନାଗତ କାର୍ଯ୍ୟ କରନ୍ତି। ବ୍ୟବସାୟ ଉଦ୍ଦେଶ୍ୟ ନିର୍ଣ୍ଣୟ, ଯୋଜନା ପ୍ରସ୍ତୁତି, ସେବା ବିଶ୍ଳେଷଣ ଏବଂ ବଜାର ଅନୁସନ୍ଧାନ, କ୍ଲିନିକାଲ ଏବଂ ଅଣ କ୍ଲିନିକାଲ ଲୋକଙ୍କୁ ନିଯୁକ୍ତି ଆଦି କାର୍ଯ୍ୟ ମ୍ୟାନେଜମେଣ୍ଟର ହୋଇଥାଏ।
ପ୍ର-କାର୍ସିନୋଭା କ୍ୟାନ୍‌ସର ହସ୍ପିଟାଲରେ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ କ’ଣ କହିବେ?
ଉ- କାର୍ସିନୋଭା କ୍ୟାନ୍‌ସର ହସ୍ପିଟାଲରେ ଅତ୍ୟାଧୁନିକ ଯନ୍ତ୍ରପାତିରେ କର୍କଟ ରୋଗର ଚିକିତ୍ସା କରାଯାଉଛି। ବିଶେଷକରି ଅତ୍ୟାଧୁନିକ ଅପରେଶନ ଥିଏଟର, ସ୍ବତନ୍ତ୍ର ରେଡିଏଶନ ମେଶିନ ଓ ସୁନାମଧନ୍ୟ କ୍ୟାନ୍‌ସର ସ୍ପେଶାଲିଷ୍ଟ ଟିମ୍‌ ଦ୍ୱାରା ଏହି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହସ୍ପିଟାଲ କ୍ୟାମ୍ପସରେ ସବୁ ସୁବିଧା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri