Categories: ଜାତୀୟ

ଉଦ୍ୟୋଗପତି ରାହୁଲ ବଜାଜ୍‌ଙ୍କ ପରଲୋକ…

ପୁଣେ, ୧୨।୨ : ଖ୍ୟାତି ସମ୍ପନ୍ନ ଉଦ୍ୟୋଗପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ୍‌ଙ୍କ ପରଲୋକ ଘଟିଛି। ଶନିବାର ପୁଣେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ୧୯୩୮ ଜୁନ୍‌ ୧୦ରେ ସେ ଜନ୍ମ ଗ୍ରହଣ କରିଥିଲେ। ଦୀର୍ଘ ୫୦ ବର୍ଷ ଧରି ବଜାଜ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଥିବା ରାହୁଲଙ୍କୁ ୨୦୦୧ରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଗତବର୍ଷ ଏପ୍ରିଲ୍‌ ୨୯ରେ ସେ ବଜାଜ୍‌ ଅଟୋର ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଥିଲେ। ୧୯୭୨ଠାରୁ ସେ ଏହି ପଦବୀରେ କାର୍ଯ୍ୟ କରୁଥିଲେ।

Share