ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ

ନୂଆଦିଲ୍ଲୀ,୬ ।୨: ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲଜିକାଲ-ଇକୁ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ଏହାର ପ୍ରତି ଡୋଜର ଦାମ ୧୪୫ ଟଙ୍କା ରଖାଯାଇଛି । ଫେବୃୟାରୀ ଶେଷ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି । ଏହା ଆସିବା ପରେ କରୋନା ଟିକାକରଣ ଆହୁରି ଦ୍ରୁତ ଗତିରେ ଚାଲିବ ବୋଲି କୁହାଯାଉଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହାକୁ ଥରେ ଅନୁମତି ମିଳିଗଲେ ସରକାର ୧୫ ବର୍ଷରୁ କମ୍ ବୟସର କିଶୋରଙ୍କ ଟିକାକରଣ ଆରମ୍ଭ କରିଦେଇପାରନ୍ତି । ଏବେ କିଛି ରାଜ୍ୟରେ ପୁଣିଥରେ ସ୍କୁଲ ଖୋଲିଯିବାରୁ ପିଲାମାନଙ୍କ ଟିକାକରଣ ଜରୁରୀ ହୋଇ ପଡିଛି । କାର୍ବେଭାକ୍ସ ଟିକାକୁ ପୂର୍ବରୁ ବୟସ୍କଙ୍କୁ ଦିଆଯିବାକୁ ଅନୁମତି ମିଳିଥିବା ବେଳେ ଏବେ ଏହା ୫-୧୨ ଓ ୧୨-୧୮ ବର୍ଷର ପିଲାମାନଙ୍କୁ ଦିଆଯିବାକୁ ପ୍ରସ୍ତୁତ ହୋଇଛି । ଶୁକ୍ରବାର ବିଶେଷଜ୍ଞମାନେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଡାଟାର ସମିକ୍ଷା କରିଛନ୍ତି ।

Share