ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏପରି କି ପୌର ପରିଷଦର କାର୍ଯ୍ୟକାଳ ସମାପ୍ତର ଦୀର୍ଘ ୩ ବର୍ଷ ପରେ ପୌର ନିର୍ବାଚନ ହେଉଥିବାରୁ ପ୍ରତିଦ୍ୱନ୍ଦିତା ପାଇଁ ପ୍ରାର୍ଥୀ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଆସନ୍ତା ୯ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ଏବଂ ୧୪ ତାରିଖ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ପରେ ଅସଲ ଲଢେଇ ଆରମ୍ଭ ହେବ।

ଅନ୍ତିମ ଦିବସରେ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ପଦବୀ ପାଇଁ ବିଜେଡିର ରଞ୍ଜନା ପଣ୍ଡା, ଭାଜପାର ତନୟା ମିଶ୍ର, କଂଗ୍ରେସର ସସ୍ମିତା ଯୋଶୀ ଓ ସ୍ବାଧୀନ ଭାବେ ନୀଳିମା ପଟେଲ ଷଡଙ୍ଗୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୯ଟି ଓ୍ବାର୍ଡ ପାଇଁ ସମସ୍ତ ଦଳ ସମେତ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପାରୁ ଟିକେଟ ନ ପାଇ ପୂର୍ବତନ କାଉନସିଲର ଡା.ହିମାଂଶୁ ଶେଖର ଷଡଙ୍ଗୀଙ୍କ ସ୍ତ୍ରୀ ନୀଳିମା ପଟେଲ ଷଡଙ୍ଗୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ଭାଜପାର ତନୟା ମିଶ୍ର ଓ ୧୯ଟି ଓ୍ବାର୍ଡର କାଉନସିଲର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚତ୍ ନାମାଙ୍କନପତ୍ର ଦାଖଲ କରିଥିଲେ।

ସେହିପରି ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀ ରଞ୍ଜନା ପଣ୍ଡା ଓ ୧୯ଟି ଓ୍ବାର୍ଡ଼ର କାଉନସିଲର ପ୍ରାର୍ଥୀମାନେ ଦଳର ବରିଷ୍ଠ ନେତୃବୃନ୍ଦ, କର୍ମୀ ଓ ସମର୍ଥକଙ୍କ ଗହଣରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଆସି ପୌର ନିର୍ବାଚନ ଅଧିକାରୀ ରୀତା ଡାଙ୍ଗଙ୍କଠାରେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡିର ୧୯ଟି କାଉନସିଲର ପ୍ରାର୍ଥତ୍ନୀଙ୍କ ମଧ୍ୟରେ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ ଉପନଗରପାଳ ସୁମନ୍ତ କୁମାର ପଣ୍ଡା ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସୁମନ୍ତ କୁମାର ସାହୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। କଂଗ୍ରେସର ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ପୂର୍ବତନ କାଉନସିଲର ସସ୍ମିତା ଯୋଶୀ ଏବଂ ୧୯ଟି ଓ୍ବାର୍ଡ଼ର ପ୍ରାର୍ଥୀମାନେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିବସ ସୁଦ୍ଧା ପୌରାଧ୍ୟକ୍ଷା ପଦବୀ ପାଇଁ ୬ଜଣ ଓ ୧୯ଗୋଟି ଓ୍ବାର୍ଡ ପାଇଁ ୭୬ଜଣ କାଉନସିଲର ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।