ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶାହାରୁଖଙ୍କ ପୁଅ ଆର୍ୟନ! ଭାଇରାଲ ହେଉଛି Video

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍‌। ବ୍ରାଜିଲ୍‌ର ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଅଭିନେତ୍ରୀଜଣଙ୍କ ହେଲେ ଲାରିସା ବୋନ୍ସି। ତାଙ୍କ ସହ ଆର୍ୟନଙ୍କର ଭିଡିଓ କ୍ଲିପ୍‌ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଦୁହେଁ ଏଯାଏ ସମ୍ପର୍କ ନେଇ ମୁହଁ ଖୋଲି ନାହାନ୍ତି।
କହିରଖୁଛୁ, ସୁପରଷ୍ଟାର ଶାହାରୁଖଙ୍କ ପୁଅ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ହେଲେ ସେ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ପସନ୍ଦ କରନ୍ତି। ମାତ୍ର ସୋସିଆଲ ମିଡିଆ ଯୋଗୁ ଏବେ ତାଙ୍କ ପ୍ରେମ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଆରମ୍ଭ କଲାଣି। କାରଣ ତାଙ୍କର ପୁରୁଣା ଭିଡିଓ ସବୁ ଗୁମର ଖୋଲୁଥିବା କୁହାଯାଉଛି।
ଦେଖନ୍ତୁ ଭିଡିଓ: