କୁଶାଲଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶିବାଙ୍ଗୀ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ। ଅଭିନେତା କୁଶାଲ ଟଣ୍ଡନଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ବଢ଼ୁଛି। ନିକଟରେ କୁଶାଲଙ୍କ ଜନ୍ମଦିନରେ ଲମ୍ବା ଚଉଡ଼ା ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ ଶିବାଙ୍ଗୀ। ଏବେ କୁଶାଲ ନିଜେ ମଧ୍ୟ ପରୋକ୍ଷରେ କିଛି ଚାଲିଥିବା ଇଙ୍ଗିତ କରିଛନ୍ତି।

ଶିବାଙ୍ଗୀ-କୁଶାଲ ‘ବରସାତେଁ: ମୌସମ ପ୍ୟାର୍‌ କା’ରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଶୋ’ରେ ଦୁହିଁଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା। ହେଲେ କିଛି ମାସ ପରେ ଶୋ’ ବନ୍ଦ ହୋଇଯାଇଥିଲା। ହେଲେ ଏହା ଉଭୟଙ୍କ ସମ୍ପର୍କକୁ ନିବିଡ଼ କରିବାରେ ପ୍ରମୁଖ ଭୂମିକା ତୁଲାଇଛି। ଶୁଟିଂ ସେଟ୍‌ରେ ଉଭୟଙ୍କ ଖଟାମିଠା ସ୍ମୃତି ପ୍ରେମର ରଙ୍ଗ ନେଇଛି। ଏବେ ଦୁହେଁ ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କଠାରୁ ଲୁଚାଇ ରଖିବାକୁ ଚାହୁଁଥିବାରୁ ଚୁପ୍‌ ଥିବା କୁହାଯାଉଛି।

ଶୋ’ରେ ଦୁହିଁଙ୍କ ସହ କଳାକାର ଆରାଧନା ଶର୍ମା ଏକ ସାକ୍ଷାତକାରରେ ଉଭୟଙ୍କ ଯୋଡ଼ି ଭଲ ଲାଗେ ବୋଲି କହିଛନ୍ତି। ଏପରିକି ଏକଦା ଶିବାଙ୍ଗୀ ଗୁପ୍‌ଚୁପ୍‌ ଖାଇବାକୁ ମନ କରିଥିଲେ। କୁଶାଲ ତାହା ଜାଣି ଦୋକାନୀଙ୍କୁ ପୁରା ଉଠାଇ ଆଣିଥିବା ଆରାଧନା କହିଛନ୍ତି। କୁଶାଲ ମଧ୍ୟ ଭିଡିଓରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅନ୍ୟ କାହାର ଆବଶ୍ୟକତା ଥିଲେ ସେ ପଠାଇପାରିବେ, ସେଥିରେ ଲୋକେ ପ୍ରତିକ୍ରିୟା ରଖୁଛନ୍ତି।

Share