ଅସହାୟଙ୍କୁ ସାହାଯ୍ୟ ପାଇଁ ୨ ଦୋକାନ, ୮ ଫ୍ଲାଟ୍‌ ବନ୍ଧା ପକାଇଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ସବୁଠୁ ବେଶି ଚର୍ଚ୍ଚାରେ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସିଛନ୍ତି। ଏବେ ବି ତାଙ୍କର ଏହି କାମ ଜାରି ରହିଛି। ତେଣୁ ଲୋକେ ତାଙ୍କୁ ରିଲ୍‌ ହିରୋ ପରିବର୍ତ୍ତେ ରିୟଲ ହିରୋ ବୋଲି କହୁଛନ୍ତି। ନିଜର ଏହି କାମ ପାଇଁ ସୋନୁ ଏବେ ୧୦ କୋଟି ଟଙ୍କାର ଲୋନ୍‌ ପାଇଁ ନିଜର ୮ଟି ସମ୍ପତ୍ତିକୁ ବନ୍ଧା ପକାଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ୨ଟି ଦୋକାନ ସାଙ୍ଗକୁ ୬ଟି ଫ୍ଲାଟ୍‌ ରହିଛି। ସୋନୁ ବନ୍ଧା ରଖିଥିବା ସମ୍ପତ୍ତିର ଏଗ୍ରିମେଣ୍ଟ ସେପ୍ଟେମ୍ବର ୧୫ରେ ସାଇନ୍‌ କରିଥିବା ବେଳେ ନଭେମ୍ବର ୨୪ରେ ଏହାର ରେଜିଷ୍ଟ୍ରେଶନ କରିଥିଲେ। ସୋନୁଙ୍କ ଏହି ସମ୍ପତ୍ତି ଇସ୍କନ ମନ୍ଦିର ନିକଟରେ ଥିବା ଏବି ନାୟର ରୋଡରେ ରହିଛି। ଲୋନ୍‌ ନେବା ପାଇଁ ୫ ଲକ୍ଷ ଟଙ୍କାର ପଞ୍ଜୀକରଣ ଦେୟ ପ୍ରଦାନ କରାଯାଇଛି। ଏହି ସମ୍ପତ୍ତି ସୋନୁ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ଏଥିରୁ ପ୍ରତ୍ୟେକ ମାସରେ ମିଳୁଥିବା ଭଡ଼ା ସୋନୁଙ୍କୁ ମିଳିବ। ୧୦ କୋଟିର ଲୋନ୍‌ ପାଇଁ ସୋନୁଙ୍କୁ ଏହାର ମୂଳ ଧନ ଏବଂ ସୁଧ ଦେବାକୁ ପଡ଼ିବ। ଏ ନେଇ ସୋନୁ କିଛି କହି ନାହାନ୍ତି।

 

Share