ରାସ୍ତାରେ ନାଚିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ଭିକାରୀ ଭାବି ଲୋକେ ଦେଇଥିଲେ ଟଙ୍କା

ପଟୌଦୀ ପରିବାରର ଅଲିଅଳି କନ୍ୟା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ଅଧିକାଂଶ ସମୟରେ ଭାଇରାଲ ହୋଇଥାଏ। ଏହାରି ମଧ୍ୟରେ ସାରାଙ୍କ ଆଉ ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ସାରା କହୁଛନ୍ତି ଯେ, କିପରି ଏକଦା ଲୋକେ ତାଙ୍କୁ ଭିକାରୀ ବୋଲି ଭାବିଥିଲେ ଏବଂ ଟଙ୍କା ଦେବା ଆରମ୍ଭ କରିଥିଲେ। ସାରାଙ୍କ ଏହି ପୁରୁଣା ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ସାରାଙ୍କ ପିଲାଦିନର କଥା।
ପିଲାଟି ଦିନରୁ ସାରାଙ୍କର ନୃତ୍ୟ ଏବଂ ସଂଗୀତ ପ୍ରତି ଆଗ୍ରହ ରହିଛି। ଏହି ପୁରୁଣା ଭିଡିଓକୁ ଦେଖିଲେ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ଭିଡିଓରେ ସାରା କହୁଛନ୍ତି ଯେ, ଏକଦା ଭାଇ ଇବ୍ରାହିମଙ୍କ ସହ ସେ ଦୋକାନ ବାହାରେ ଛାଡି ହୋଇଥିବା ବେଳେ ମା’ବାପା ଭିତରକୁ ଯାଇଥିଲେ। ଏହି ସମୟରେ ସାରା ହଠାତ୍‌ ନୃତ୍ୟ କରିବାକୁ ଲାଗିଲେ। ଲୋକମାନେ ତାଙ୍କର ନାଚ ଦେଖିବା ପରେ ତାଙ୍କୁ ଟଙ୍କା ଦେବା ଆରମ୍ଭ କରି ଦେଇଥିଲେ। ଏହି ଟଙ୍କାକୁ ସାରା ରଖିଥିଲେ। ଏହା ପରେ ପୁଣିଥରେ ସେ ନାଚିବା ଆରମ୍ଭ କରିଦେଇଥିଲେ। ମା’ବାପା ଦେକାନରୁ ଆସିବା ପରେ ସବୁକଥା ଜାଣିଥିଲେ। ସାରା ଭିକାରୀ ପରି ଦେଖାଯାଉଥିବାରୁ ଲୋକମାନେ ତାଙ୍କୁ ଟଙ୍କା ଦେଇଥିଲେ ବୋଲି ମା’ କହିଥିବା ସାରା ଭିଡିଓରେ କହୁଛନ୍ତି।

Share