ଭିସା ପାଇଁ ବିବାହ କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ରଧିକା ଆପ୍ତେ। ଏବେ ଓଟିଟି ପ୍ଲାଟ୍‌ଫର୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି। ଅନ୍ୟପଟେ ଓଟିଟି ପ୍ଲାଟଫର୍ମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି ବିକ୍ରାନ୍ତ ମାସେ। ନିକଟରେ ରାଧିକା ଏବଂ ମାସେ ଅନେକ ପ୍ରସଙ୍ଗରେ ପରସ୍ପର ସହ କଥା ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ସମୟରେ ମାସେ ରାଧିକାଙ୍କୁ ଏକ ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ରାଧିକା ଏକ ମଜାଳିଆ ଢ଼ଙ୍ଗରେ ଦେଇଥିଲେ।
ରାଧିକା ଲଣ୍ଡନର ସଂଗୀତଜ୍ଞ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ଉଭୟ ଲଙ୍ଗ ଡିଷ୍ଟାନ୍ସ ରିଲେଶନସିପ୍‌ରେ ରହିଥିଲେ। ତେବେ ମାସେ ରାଧିକାଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ କେବେ ବିବାହ କରିଥିଲେ? ଉତ୍ତରରେ ରାଧିକା କହିଥିଲେ, ବିବାହ କଲେ ଭିସା ଅତି ସହଜରେ ମିଳିଯାଏ ବୋଲି ମୁଁ ଯେତେବେଳେ ଅନୁଭବ କଲି । ସେ ବିବାହର ସମର୍ଥନରେ ନ ଥିଲେ। ମାତ୍ର ଭିସା ବହୁତ ବଡ଼ ସମସ୍ୟା ଥିଲା ଏବଂ ଉଭୟ ଏକାଠି ରହିବାକୁ ଚାହୁଁଥିଲେ ବୋଲି ରାଧିକା କହିଥିଲେ।

Share