ଆଜିଯାଏ କାହିଁକି ଅବିବାହିତ ଅଛନ୍ତି ସଲମାନ? ବାପା ସଲିମ କହିଲେ କାରଣ…

ବମ୍ବେ: ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ ବ୍ୟାଚେଲର ହେଉଛନ୍ତି ଦବଙ୍ଗ ଖାନ୍‌ ସଲମାନ। ଏଯାଏ ଅବିବାହିତ ଥିବାରୁ ତାଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା କାହିଁରେ କେତେ। ଅନେକ ସମୟରେ ଏଯାଏ ବିବାହ ନ କରିବା ପଛରେ କାରଣ କ’ଣ ବୋଲି ତାଙ୍କୁ ପଚରାଯାଇଥାଏ। ହେଲେ ସେ ସବୁବେଳେ ନିରବ ରହିବାକୁ ପସନ୍ଦ କରନ୍ତି।

ବିଗତ ଦିନରେ ଅନେକ ଅଭିନେତ୍ରୀଙ୍କ ସହ ସଲମାନଙ୍କ ନାମ ଯୋଡ଼ା ଯାଇଛି। ସେଥିରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ, ସଙ୍ଗୀତା ବିଜଲାନୀ, ସୋମି ଅଲୀ, ୟୁଲିଆ ବନ୍ଦୁର, କଟ୍ରିନା କୈଫ ଆଦି ନାମ ରହିଛି। ଅନେକଙ୍କୁ ଡେଟ୍‌ କରିଥିଲେ ହେଁ ବିବାହ ଯାଏ କଥା ଯାଇନାହିଁ। ଏବେ ତାଙ୍କୁ ୫୮ ବର୍ଷ ହେଲାଣି। ଏମିତିରେ ବାପା ସଲିମ ଉକ୍ତ କାରଣ ଉପରୁ ପରଦା ଉଠାଇଛନ୍ତି।

ସଲିମ କହିଛନ୍ତି, ସଲମାନ ଶୀଘ୍ର ସମ୍ପର୍କରେ ପଶିଯାଆନ୍ତି। ହେଲେ ବିବାହ କରିବାକୁ ସାହସ କରିପାରନ୍ତି ନାହିଁ। ସେ ସ୍ବଭାବରେ ବେଶ ସରଳ। ସହଜରେ ଯେକେହି ଆକର୍ଷିତ ହୋଇଯାଆନ୍ତି। ହେଲେ ସବୁ ଯୁବତୀଙ୍କଠାରୁ ଏତିକି ଜାଣିବାର ଥାଏ ଯେ ସେ ତାଙ୍କ ମା’ଙ୍କ ଭଳି ଘରକୁ ସମ୍ଭାଳିପାରିବେ ତ। ଯଦି ଉତ୍ତର ନା ଆସେ ତେବେ ସେ ପଛକୁ ହଟିଯାଆନ୍ତି। ଯେଉଁ ମହିଳାଙ୍କୁ ସେ ବିବାହ କରିବେ ସେ ପିଲା ଏବଂ ତାଙ୍କ ପ୍ରତି ଯତ୍ନବାନ ହେଉ ବୋଲି ସେ ଚାହାନ୍ତି। ଯେମିତିକି ତାଙ୍କ ମା’ ଥିଲେ। ଆଜିକାଲି ସମୟରେ କିନ୍ତୁ ଏହା ସହଜ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

ଏହି ଗୋଟିଏ ସର୍ତ୍ତ ସହିତ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ! ଜାଣନ୍ତୁ କ’ଣ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri