ଷ୍ଟଣ୍ଟ୍‌ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହା ତାଙ୍କ ପାଇଁ କାଳ ସାଜିଛି। ଏକ ଘରୋଇ ଆମ୍ବୁଲାନ୍ସ ମୃତଦେହ ଧରି ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା କରିଥିବା ବେଳେ ଅନ୍ୟ ଜଣେ ବାଇକ୍‌ ଚାଳକ ଆହତ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ବୁଧବାର ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଭବାନୀପାଟଣାରୁ ଏକ ମୃତଦେହ ଧରି ନୟାଗଡ଼ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ବେନାରବାଲରୁ ତୁମୁଡ଼ିବନ୍ଧ ଆସୁଥିବା ବାଇକ୍‌ ଚାଳ ଷ୍ଟଣ୍ଟ କରି ଦ୍ରୁତଗତିରେ ଆସୁଥିଲେ। ଏହି ସମୟରେ ବାଇକ୍‌ଟି ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଯାହାଫଳରେ ଆମ୍ବୁଲାନ୍ସଟି ରାସ୍ତା କଡ଼କୁ ଚାଲିଯାଇଥିବା ବେଳେ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବେ ଚୂର୍‌ମାର ହୋଇଯାଇଥିଲା। ଫଳରେ ଲଙ୍କାଗଡ଼ର ଜନକ ପାତ୍ର (୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ଅନ୍ୟ ଏକ ବାଇକ୍‌କୁ ଆମ୍ବୁଲାନ୍ସଟି ଧକ୍କା ଦେବାରୁ ନୂଆମୁଣ୍ଡା ଗ୍ରାମର ଗଜପତି ସାହୁ ଆହତ ହୋଇ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରଯାଇଥିଲା। ଘଟଣାସ୍ଥଳରେ ଭାଜପାର କିଛି ନେତା ଓ କର୍ମୀ ଆସି ମୃତ ଓ ଗୁରୁତରଙ୍କୁ ମେଡିକାଲକୁ ଆଣି ଚିକିତ୍ସା କରାଇବା ସହ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ? ରୁଷିଆ ତେଲ କିଣି ପାରିବନି ଭାରତ!

ନୂଆଦିଲ୍ଲୀ,୧୮।୫: ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁ, ବିଶ୍ୱ ତୈଳ ସଙ୍କଟ ଗଭୀର ହେଉଛି, ତଥାପି ଏହାର ସମାଧାନର କୌଣସି ଦୃଶ୍ୟ ଦେଖାଯାଉ ନାହିଁ। ପ୍ରାରମ୍ଭରେ, କିନ୍ତୁ, ଆମେରିକା…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ…

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ମୋଦିଙ୍କୁ ସୁଇଡେନ୍‌ର ସର୍ବୋଚ୍ଚ ସମ୍ମାନ

ଗୋଥେନ୍‌ବର୍ଗ,୧୮ା୫ (ପି.ଟି.):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଇଡେନ୍‌ ରବିବାର ଏହାର ସର୍ବୋଚ୍ଚ ସମ୍ମାନ ‘ରୟାଲ ଅର୍ଡର ଅଫ୍‌ ପୋଲାର ଷ୍ଟାର୍‌, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍‌’ରେ ସମ୍ମାନିତ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ରୁଷିଆରେ ୟୁକ୍ରେନ୍‌ର ଆକ୍ରମଣ: ଭାରତୀୟଙ୍କ ସମେତ ୪ ମୃତ

ମସ୍କୋ,୧୮ା୫:ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri