ଏହି ଘଟଣା ପରେ ରେଖା-ଅମିତାଭଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା ନିବିଡ

ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ହେଉଛନ୍ତି ରେଖା। ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସେ ପ୍ରଶଂସକଙ୍କ ହୃଦୟ ଜିତିପାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଆଗରେ ଆଜିବି ସବୁ ଅଭିନେତ୍ରୀ ପଛରେ ପଡ଼ିଯିବେ। ଆଜି ହେଉଛି ରେଖାଙ୍କର ୬୬ତମ ଜନ୍ମଦିନ।
ରେଖାଙ୍କ ଫିଲ୍ମ ଲାଇଫ୍‌ ଠାରୁ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ବଲିଉଡ୍‌ର ପ୍ରେମ କାହାଣୀ କଥା ଉଠିବା ମାତ୍ରେ ସର୍ବପ୍ରଥମେ ରେଖାଙ୍କ ନାମ ଅମିତାଭ ବଚ୍ଚନଙ୍କ ସହ ଯୋଡାଯାଇଥାଏ।
ରେଖାଙ୍କ ଫିଲ୍ମ କ୍ୟାରିୟର ବହୁତ ସଫଳ ଥିବା ବେଳେ ବ୍ୟକ୍ତିଗତ ଜୀବନ କିନ୍ତୁ ବିଫଳ ରହିଛି। ରେଖାଙ୍କ ନାମକୁ ଅମିତାଭଙ୍କ ସହ ଯୋଡା ଯାଇଥିଲେ ମଧ୍ୟ ଉଭୟ କେବେହେଲେ ନିଜ ସମ୍ପର୍କ ବିଷୟରେ ମୁହଁ ଖୋଲି ନାହାନ୍ତି।
୧୯୭୭ ମସିହାରେ ରେଖା ଏବଂ ଅମିତାଭ ଫିଲ୍ମ ‘ଗଙ୍ଗା କି ସୌଗନ୍ଧ’ରେ ଏକତ୍ର କାମ କରୁଥିଲେ। ଏହି ଫିଲ୍ମର ଶୁଟିଂ ସମୟରେ ଜଣେ ବ୍ୟକ୍ତି ରେଖାଙ୍କ ଉପରେ ଅଶ୍ଳୀର ମନ୍ତବ୍ୟ ଦେଇଥିଲେ। ଏହା ପରେ ଅମିତାଭ ରାଗିଯାଇ ଉକ୍ତ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ମାଡ଼ ମାରିଥିଲେ। ଏହି ଘଟଣା ପରେ ରେଖା ଏବଂ ଅମିତାଙ୍କ ମଧ୍ୟରେ େପ୍ରେମ ସମ୍ପର୍କ ଆହୁରି ନିବିଡ ହୋଇଥିବା ଚର୍ଚ୍ଚା ହୋଇଥିଲା। ରେଖାଙ୍କ ବାୟୋପିକ୍‌‘ଦି ଅନଟୋଲ୍ଡ ଷ୍ଟୋରି’ ରେ ଏହି କଥା ଉଲ୍ଲେଖ ରହିଛି।

Share