ନିଆରା ହସ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ

ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ନିଜର ହସ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କୋଟି କୋଟି ଲୋକଙ୍କ ହୃଦୟ ଜିଣିଛନ୍ତି। ଦୀପିକାଙ୍କ ଏହି ହସ ଏବେ ଐତିହ୍ୟରେ ପରିଣତ ହୋଇଛି। ଏଥେନ୍ସ ବିମାନବନ୍ଦରରେ ଦୀପିକାଙ୍କର ଏକ ପ୍ରତିମୂର୍ତ୍ତି ରଖାଯାଇଛି। ଏଠାରେ କେତେଜଣ ବ୍ୟକ୍ତିଙ୍କର ହସୁଥିବା ମୁହଁର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ପ୍ରତିମାଗୁଡିକରେ ଉପସ୍ଥିତ ଲୋକଙ୍କ ହସକୁ ‘ପ୍ରାମାଣିକ ହସ’ ଭାବରେ ବିବେଚନା କରାଯାଏ। ଏଥିରେ ଦୀପିକା ପାଦୁକୋନଙ୍କ ପ୍ରତିମୂର୍ତ୍ତି ଅନ୍ତର୍ଭୁକ୍ତ। ପ୍ରତି ମୂର୍ତ୍ତିରେ ସେମାନଙ୍କ ନାମ ଲେଖାଯାଇ ନାହିଁ। ସେମାନଙ୍କ ବୃତ୍ତି ଏବଂ ଦେଶର ନାମ ଲେଖାଯାଇଛି। ଏଥିସହ କେଉଁ ସାମଗ୍ରୀରେ ଏହି ପ୍ରତିମୂର୍ତ୍ତି ନିର୍ମିତ ତାହା ମଧ୍ୟ ଲେଖାଯାଇଛି।
ଦୀପିକାଙ୍କ ପ୍ରତିମୂର୍ତ୍ତି ଏକ ପଥରରେ ନିର୍ମିତ। ଏହାର ତଳେ ସୂଚନା ଦିଆଯାଇ ଲେଖାଯାଇଛି ଯେ, ଏଥେନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଲିଉଡ୍‌ ଅଭିନେତ୍ରୀଙ୍କ ହସ। ଗ୍ରେ ମାର୍ବଲ, ୨୦୨୦ ଏଡି। ଏଥେନ୍ସ ବିମାନବନ୍ଦରରୁ କ୍ୟାମେରାରେ କଏଦ ହୋଇଥିବା ଦୀପିକାଙ୍କ ଜଣେ ପ୍ରଶଂସକ ଏହି ଫଟୋକୁ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବର୍ତ୍ତମାନ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

Share