Categories: ଜାତୀୟ

ଘରେ ପଶି ଏସ୍‌ପିଓଙ୍କୁ ଗୁଳି କଲେ ଆତଙ୍କବାଦୀ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବା ପରେ ଜଣେ ଏସ୍‌ପିଓଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ପୁଲଓ୍ବାମାର ଅଓ୍ବନ୍ତିପୋରାସ୍ଥିତ ହରିପରିଗାମ୍‌ରେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ ଏସ୍‌ପିଓ ଫୈୟାଜ୍‌ ଅହମ୍ମଦଙ୍କ ଘରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ଫୈୟାଜ୍‌ଙ୍କ ମୃତ୍ୟୁ ଘଟିଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଗୁଳି କରିଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ଧରିବା ଲାଗି ସ୍ଥାନୀୟ ଅଞ୍ଚଳରେ ମିଳିସ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share