୮୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ବନ୍ଦ

ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସିଟ୍‌ ତୁଳନାରେ ଯୁକ୍ତ୨ ନାମଲେଖା ହାର କମ୍‌ ଥିବା ବା ଆଦୌ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍‌ଏସ୍‌ଏସ୍‌୍‌) ଉପରେ ପଦକ୍ଷେପ ଆରମ୍ଭ ହୋଇଛି। ରାଜ୍ୟର ୮୯ଟି ଏଚ୍‌ଏସ୍‌ଏସ୍‌ରେ ଆଉ ନାମଲେଖା ହେବ ନାହିଁ। ସେହିପରି ୩୨୫ଟି ଏଚ୍‌ଏସ୍‌ଏସ୍‌ରେ ୫୦ ପ୍ରତିଶତ୍‌ ସିଟ୍‌ ହ୍ରାସ ହେବ ଓ ୨୫୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବର୍ଦ୍ଧିତ ସିଟ୍‌ ପ୍ରତ୍ୟାହାର କରିନିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୩୬ ହଜାର ୩୨ଟି ସିଟ୍‌ ହ୍ରାସ କରାଯାଇ ନାମଲେଖା ହାର ଅପେକ୍ଷାକୃତ ଅଧିକ ରହିଥିବା ଓ ଆବଶ୍ୟକତା ଥିବା ଏଚ୍‌ଏସ୍‌ଏସ୍‌ଗୁଡ଼ିକୁ ଉକ୍ତ ସିଟ୍‌ ଆବଣ୍ଟନ କରାଯିବ ବୋଲି କୁହାଯାଇଛି।
ତେବେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ୮୯ଟି ଏଚ୍‌ଏସ୍‌ଏସ୍‌ରେ ଜଣେ ମଧ୍ୟ ଛାତ୍ରୀଛାତ୍ର ନାମ ଲେଖାଇନାହାନ୍ତି। ତେଣୁ ଉକ୍ତ ଏଚଏସ୍‌ଏସ୍‌ଗୁଡ଼ିକରେ ନାମଲେଖା ନେଇ ନିର୍ଦ୍ଦେଶାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। ଓଇ ଆକ୍ଟ, ୧୯୬୯ ରୁଲ୍‌-୬-ବି(ଜେ)ଅନୁସାରେ ଚଳିତ ଶିକ୍ଷାବର୍ଷଠାରୁ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ଥିବା ୬୮୦୪ ସିଟ୍‌ରେ ନାମଲେଖା ହେବନାହିଁ। ସେହିପରି ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଏଚ୍‌ଏସ୍‌ଏସ୍‌ରେ ବୃଦ୍ଧି କରାଯାଇଥିବା ସିଟ୍‌ ମଧ୍ୟ ବିଭାଗ ପକ୍ଷରୁ ପ୍ରତ୍ୟାହାର କରିନିଆଯିବ। କାରଣ ୨୦୨୦-୨୧ ଶିକ୍ଷାବର୍ଷରେ ମାଟ୍ରିକ ପାସ୍‌ହାରକୁ ଦୃଷ୍ଟିରେ ରଖି ୮୭୨ ଏଚ୍‌ଏସ୍‌ଏସ୍‌ରେ ପ୍ରାୟ ୫୬ ହଜାର ସିଟ୍‌ ବୃଦ୍ଧି କରାଯାଇଥିଲା। ପର ଶିକ୍ଷାବର୍ଷରେ ମାଟ୍ରିକ୍‌ ପାସ୍‌ହାର କମିଛି। ତେଣୁ ଚଳିତବର୍ଷଠାରୁ ୨୫୩ ଏଚ୍‌ଏସ୍‌ଏସ୍‌ରେ ବର୍ଦ୍ଧିତ ୧୩ ହଜାର ୮୨୧ ସିଟ୍‌ ପ୍ରତ୍ୟାହୀର କରାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଗତ ୨ ଶିକ୍ଷାବର୍ଷରେ ୩୨୫ଟି ଏଚ୍‌ଏସ୍‌ଏସ୍‌ରେ ଥିବା ୩୦,୮୧୪ ସିଟ୍‌ର ଏକ ଚତୁର୍ଥାଂଶ ସିଟ୍‌ରେ ନାମଲେଖା ହୋଇପାରିନାହିଁ। ତେଣୁ ଉକ୍ତ ଏଚ୍‌ଏସ୍‌ଏସଗୁଡ଼ିକରୁ ସିଟ୍‌ ସଂଖ୍ୟା ୫୦ ପ୍ରତିଶତ କମାଇବା ପାଇଁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଉକ୍ତ ଶିକ୍ଷାନୁଷ୍ଠାନରେ ସିଟ୍‌ ସଂଖ୍ୟା ୧୫ ହଜାର ୪୦୭କୁ ହ୍ରାସ ପାଇବ।
ରାଜ୍ୟର ସମସ୍ତ ଜିଲାରୁ ବିଭିନ୍ନ ଏଚ୍‌ଏସ୍‌ଏସ୍‌ ଏହି ତାଲିକାରେ ରହିଛି। ଏହିକ୍ରମରେ ଭୁବନେଶ୍ୱରର ଏକାଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଭୁବନେଶ୍ୱର ବ୍ଲକର ପ୍ରାୟ ୯ଟି ଏଚ୍‌ଏସ୍‌ଏସ୍‌ରେ ଜଣେ ମଧ୍ୟ ବିଦ୍ୟାର୍ଥୀ ନାମ ଲେଖାଇନାହାନ୍ତି। ସେହିପରି ୨୦୨୦-୨୧ ଶିକ୍ଷା ବର୍ଷରେ ବୃଦ୍ଧି କରାଯାଇଥିବା ସିଟ୍‌ରେ କେହି ନାମ ଲେଖାଇ ନ ଥିବାରୁ ଭୁବନେଶ୍ୱରର ୧୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସିଟ୍‌ ପ୍ରତ୍ୟାହାର କରିନିଆଯିବ। ସେହିପରି ୩୩ଟି ଏଚ୍‌ଏସ୍‌ଏସ୍‌ କଳା, ବିଜ୍ଞାନ ଓ ବାଣିଜ୍ୟରେ ଏକ ଚତୁର୍ଥାଂଶ ନାମଲେଖା ହୋଇପାରି ନ ଥିବାରୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୫୦ ପ୍ରତିଶତ ସିଟ୍‌ ହ୍ରାସ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri