ପ୍ରଥମଦିନରେ ରାଜଧାନୀର ୮ କଲେଜରେ ନାମଲେଖା

ଭୁବନେଶ୍ବର,୮ା୭ (ଅନୁରାଧା ମହାରଣା): ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଯୁକ୍ତ୨ ପ୍ରଥମବର୍ଷ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତେବେ ରାଜଧାନୀର ପ୍ରମୁଖ ୧୫ଟି କଲେଜ ମଧ୍ୟରୁ ୮ଟି କଲେଜରେ ପ୍ରଥମ ଦିନରେ ନାମଲେଖା ହୋଇଥିବା ଜଣାପଡିଛି। ସେଥିରୁ ଆର୍ଚାଯ୍ୟ ହରିହର କଲେଜରେ କଳାରେ ୨୭ଜଣ ନାମଲେଖାଇଥିବା ବେଳେ ବିଜ୍ଞାନରେ ୧୯ଜଣ ଏବଂ ବାଣିଜ୍ୟରେ ୮ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସେହିପରି ବିଜେବିରେ କଳାରେ ୩୯ଜଣ, ବିଜ୍ଞାନରେ ୩୮ଜଣ ଏବଂ ବାଣିଜ୍ୟରେ ୪୮ଜଣ, ସିଟି ମହିଳା କଲେଜରେ କଳାରେ ୪୬ଜଣ, ବିଜ୍ଞାନରେ ୩୭ଜଣ, କମଳା ନେହେରୁରେ କଳାରେ ୧୩ଜଣ, ମହର୍ଷି ମହିଳା କଲେଜରେ ବିଜ୍ଞାନରେ ୨ଜଣ, ରମାଦେବୀରେ କଳାରେ ୪୬ଜଣ, ବିଜ୍ଞାନରେ ୫୧ଜଣ ଏବଂ ବାଣିଜ୍ୟରେ ୫୧ଜଣ, ଶ୍ରୀଜୟଦେବ କଲେଜରେ କଳାରେ ୪୮ଜଣ, ବିଜ୍ଞାନରେ ୪୫ଜଣ, ବାଣିଜ୍ୟରେ ୧୫ଜଣ, ସତ୍ୟସାଇ କଲେଜରେ କଳାରେ ୩୮ଜଣ, ବିଜ୍ଞାନରେ ୩୯ଜଣ ପିଲା ନାମଲେଖାଇଥିବା ନେଇ ରାତି ୧୧ଟା ସୁଦ୍ଧା ସାମ୍ସ ପୋର୍ଟାଲରୁ ଜଣାପଡିଛି। ୧୩ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବାକୁ ଥିବାବେଳେ ରାଜଧାନୀରେ ପ୍ରମୁଖ ୪ଟି ସରକାରୀ କଲେଜ ମଧ୍ୟରେ ବିଜେବି, ରମାଦେବୀ, ରାଜଧାନୀ କଲେଜ ଏବଂ ବେସିକ ସାଇନ୍ସ କଲେଜ ରହିଛି। ସେହିପରି ଅନୁଦାନପ୍ରାପ୍ତ କଲେଜ ମଧ୍ୟରେ ବିଜୁ ପଟ୍ଟନାୟକ, ଦେବରାୟ, କମଳାନେହେରୁ, ପଟିଆ କଲେଜ, ଆଚାର୍ଯ୍ୟହରିହର, ଏକାମ୍ର, ମହର୍ଷି, ମହର୍ଷି ମହିଳା କଲେଜ, ସିଟି ମହିଳା କଲେଜ, ସତ୍ୟସାଇ, ଜୟଦେବ କଲେଜ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri