ପ୍ରଥମଦିନରେ ରାଜଧାନୀର ୮ କଲେଜରେ ନାମଲେଖା

ଭୁବନେଶ୍ବର,୮ା୭ (ଅନୁରାଧା ମହାରଣା): ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଯୁକ୍ତ୨ ପ୍ରଥମବର୍ଷ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତେବେ ରାଜଧାନୀର ପ୍ରମୁଖ ୧୫ଟି କଲେଜ ମଧ୍ୟରୁ ୮ଟି କଲେଜରେ ପ୍ରଥମ ଦିନରେ ନାମଲେଖା ହୋଇଥିବା ଜଣାପଡିଛି। ସେଥିରୁ ଆର୍ଚାଯ୍ୟ ହରିହର କଲେଜରେ କଳାରେ ୨୭ଜଣ ନାମଲେଖାଇଥିବା ବେଳେ ବିଜ୍ଞାନରେ ୧୯ଜଣ ଏବଂ ବାଣିଜ୍ୟରେ ୮ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସେହିପରି ବିଜେବିରେ କଳାରେ ୩୯ଜଣ, ବିଜ୍ଞାନରେ ୩୮ଜଣ ଏବଂ ବାଣିଜ୍ୟରେ ୪୮ଜଣ, ସିଟି ମହିଳା କଲେଜରେ କଳାରେ ୪୬ଜଣ, ବିଜ୍ଞାନରେ ୩୭ଜଣ, କମଳା ନେହେରୁରେ କଳାରେ ୧୩ଜଣ, ମହର୍ଷି ମହିଳା କଲେଜରେ ବିଜ୍ଞାନରେ ୨ଜଣ, ରମାଦେବୀରେ କଳାରେ ୪୬ଜଣ, ବିଜ୍ଞାନରେ ୫୧ଜଣ ଏବଂ ବାଣିଜ୍ୟରେ ୫୧ଜଣ, ଶ୍ରୀଜୟଦେବ କଲେଜରେ କଳାରେ ୪୮ଜଣ, ବିଜ୍ଞାନରେ ୪୫ଜଣ, ବାଣିଜ୍ୟରେ ୧୫ଜଣ, ସତ୍ୟସାଇ କଲେଜରେ କଳାରେ ୩୮ଜଣ, ବିଜ୍ଞାନରେ ୩୯ଜଣ ପିଲା ନାମଲେଖାଇଥିବା ନେଇ ରାତି ୧୧ଟା ସୁଦ୍ଧା ସାମ୍ସ ପୋର୍ଟାଲରୁ ଜଣାପଡିଛି। ୧୩ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବାକୁ ଥିବାବେଳେ ରାଜଧାନୀରେ ପ୍ରମୁଖ ୪ଟି ସରକାରୀ କଲେଜ ମଧ୍ୟରେ ବିଜେବି, ରମାଦେବୀ, ରାଜଧାନୀ କଲେଜ ଏବଂ ବେସିକ ସାଇନ୍ସ କଲେଜ ରହିଛି। ସେହିପରି ଅନୁଦାନପ୍ରାପ୍ତ କଲେଜ ମଧ୍ୟରେ ବିଜୁ ପଟ୍ଟନାୟକ, ଦେବରାୟ, କମଳାନେହେରୁ, ପଟିଆ କଲେଜ, ଆଚାର୍ଯ୍ୟହରିହର, ଏକାମ୍ର, ମହର୍ଷି, ମହର୍ଷି ମହିଳା କଲେଜ, ସିଟି ମହିଳା କଲେଜ, ସତ୍ୟସାଇ, ଜୟଦେବ କଲେଜ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri