ଆଜିଠୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମ ପାଇଁ ବୁଧବାରରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରୀଛାତ୍ର ୧୮ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନରେ ପଞ୍ଜୀକରଣ କରିବେ । ପଞ୍ଜୀକୃତ ଛାତ୍ରୀଛାତ୍ରଙ୍କ ପ୍ରୋଭିଜନାଲ ମେରିଟ ଲିଷ୍ଟ ୨୪ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ପରେ ୨୭ରେ ପଞ୍ଜୀକୃତ ଛାତ୍ରୀଛାତ୍ରଙ୍କ ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ।