ବିରୋଧ ପରେ ନାମଲେଖା ଫି’ କମିଲା

କେନ୍ଦ୍ରାପଡ଼ା ଅଫିସ, ୨୭ା୮: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ନାମଲେଖା ଫି’ ବୃଦ୍ଧିକୁ ନେଇ ଗତ ସପ୍ତାହ ଧରି ଜନଅସନ୍ତୋଷ ଓ ବିରୋଧ ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଅମୃତ ଋତୁରାଜ ଓ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କ ଗୁରୁବାର ବୈଠକ ହୋଇଥିଲା। ଫଳରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ନାମଲେଖା ଫ’ କମିଥିବା ଜିଲାପାଳଙ୍କୁ ଶୁକ୍ରବାର ଏକ ଚିଠି (ନଂ. ୨୦୮୧) କରିଛନ୍ତି। ଏହି ଚିିଠିରେ ଅଧ୍ୟକ୍ଷ ବେହେରା ଦର୍ଶାଇଛନ୍ତି ଯେ, ଗତବର୍ଷ ନାମଲେଖା ଫି’ରୁ ମାତ୍ର ୧୫ ପ୍ରତିଶତ ଟଙ୍କା ବୃଦ୍ଧି କରାଯାଉଛି। ଗତବର୍ଷ ଯୁକ୍ତ ୨ କଳା ବିଭାଗରେ ନାମଲେଖା ଫି’ ୨୩୦୫ ଟଙ୍କା ଥିବାବେଳେ ଚଳିତବର୍ଷ ୩୪୫ ଟଙ୍କା ବଢ଼ାଯାଇ ୨୬୫୦ ଟଙ୍କା ହୋଇଛି। ସେହିପରି ଯୁକ୍ତ ୨ ବିଜ୍ଞାନରେ ୩୩୦୫ ଟଙ୍କାରୁ ୩୮୦୦ ଟଙ୍କା, ଯୁକ୍ତ ୨ ବାଣିଜ୍ୟରେ ୨୩୦୫ ଟଙ୍କାରୁ ୨୬୫୦ ଟଙ୍କା, ଯୁକ୍ତ ୩ କଳାରେ ୩୭୦୦ରୁ ୫୫୫ ଟଙ୍କା ବୃଦ୍ଧି କରାଯାଇ ୪୨୫୫ ଟଙ୍କା, ଯୁକ୍ତ ୩ ବିଜ୍ଞାନରେ ୪୭୦୦ରୁ ୫୪୦୫ ଟଙ୍କା ଓ ଯୁକ୍ତ ୩ ବାଣିଜ୍ୟରେ ୪୦୦୦ ଟଙ୍କାରୁ ୪୬୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ସଂଶୋଧନ ପରିଚାଳନା କମିଟିର ସଦସ୍ୟଙ୍କ ସମ୍ମତି ଥିବା ବେଳେ ଦସ୍ତଖତ ଅପେକ୍ଷାରେ ଅଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷର ନାମଲେଖା ଫି ପୂର୍ବ ବର୍ଷଠାରୁ ପ୍ରାୟ ୫୫ ପ୍ରତିଶତ ଅଧିକ ଥିବାରୁ ଛାତ୍ରନେତା ରାଜେଶ ପଣ୍ଡା, ପରମାନନ୍ଦ ମହାରଣା, ସତ୍ୟନାରାୟଣ ସେନାପତିଙ୍କ ସମେତ ବହୁ ବୁଦ୍ଧିଜୀବୀ ବିରୋଧ କରିଥିଲେ। ଏହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରତିବାଦ ପତ୍ର ଅଧ୍ୟକ୍ଷ ଓ ଜିଲା ପ୍ରଶାସନକୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri