Posted inଫୁରସତ

ଏହି କାରଣରୁ ଆଜି ବି ଲାଗିରହିଛି ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା

ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ। ମାତ୍ର ଜାଣିଛନ୍ତି କି, ଏହି ଦେଶ ପୂର୍ବରୁ ଗୋଟିଏ ଦେଶ ଥିଲା। ଯେମିତି ଭାରତ ଏବଂ ପାକିସ୍ତାନ ବିଭାଜିତ ବିଭାଜିତ ହୋଇ ଦୁଇଟି ଦେଶ ହୋଇଛନ୍ତgି। ଠିକ୍‌ ସେମିତି ,ଏହି ଦୁଇ ଦେଶ ବିଭାଜନ ହେଲା। ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ନାମରେ ଦୁଇ ଦେଶ ସୃଷ୍ଟି ହେଲା। ତେବେ ସବୁଠୁ ବଡ଼ କଥା ହେଲା ଏହି ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିଥାଏ। ଜାଣନ୍ତୁ ଏହାର କାରଣ ସମ୍ପର୍କରେ…

ଏହି ଦୁଇ ଦେଶ ଜଣେ ଜଣଙ୍କର ଶତ୍ରୁ। ୧୯୧୦ରେ କୋରିଆକୁ ଜାପାନ କବ୍‌ଜା କରି ନେଇଥିଲା। ଅଗଷ୍ଟ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ନିଜ ନିକଟରେ ରଖିଥିଲା। ୧୯୪୮ ପର୍ଯ୍ୟନ୍ତ ଏହା ସଂଯୁକ୍ତ ହୋଇଥିଲା। ଯେତେବେଳେ ଜାପାନ ଯୁଦ୍ଧ କଲା ଏହା ପରେ ସୋଭିଏତ୍‌ ସଂଘର ସେନା କୋରିଆର ଉତ୍ତର ଭାଗକୁ ନିଜ ଅଧୀନକୁ ନେଇଗଲା। ସେତେବେଳେ ଦକ୍ଷିଣ ଭାଗକୁ ଆମେରିକା ନିଜ କବ୍‌ଜାରେ ରଖିଲା। ଏଥିରୁ ସୃଷ୍ଟି ହେଲା ଦୁଇ ଭାଗ। ଲୋକତନ୍ତ୍ରକୁ ନେଇ ଆରମ୍ଭ ହେଲା ସଂଘର୍ଷ। ୧୯୫୦ରେ ଯୁଦ୍ଧ ଆରମ୍ଭ ହେଲା। ଆମେରିକା ସହିତ ଅନ୍ୟ ୧୫ଟି ଦେଶ ଦକ୍ଷିଣ କୋରିଆ ଆସିଲେ। ସେହିପରି ଉତ୍ତର କୋରିଆ ସହିତ ଋଷିଆ ଏବଂ ଚାଇନା ସେନା ସାମିଲ ଥିଲେ। ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା। ୧୯୫୩ରେ ଏହି ଯୁଦ୍ଧର ପରିସମାପ୍ତି ଘଟିଥିଲା। ଯାହା ଫଳରେ ଦୁଇ ସ୍ବତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଭାବେ ପରିଚିତି ଲାଭ କଲେ।ବର୍ତ୍ତମାନ ଉଭୟ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଅଲଗା ଅଲଗା ସ୍ବାଧୀନ ରାଷ୍ଟ୍ର। ମାତ୍ର ବିଭାଜନ ପରଠାରୁ ତିକ୍ତତା ଲାଗିରହିଛି।

କୁହାଯାଏ, ୧୯୬୮ ମସିହାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଉତ୍ତର କୋରିଆ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାକୁ ଲାଗିଲା। ଏହା ପରେ ୧୯୮୩ରେ ମିଆଁମାରରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଦକ୍ଷିଣ କୋରିଆର ୧୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଉତ୍ତର କୋରିଆ ଦକ୍ଷିଣ କୋରିଆ ବିମାନ ଉପରେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଶତ୍ରୁ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri