Categories: ଖେଳ

ଚର୍ଚ୍ଚାରେ କୋଲକାତାର ଏହି ଅଲରାଉଣ୍ଡର; ଗାଭାସ୍କର କହିଲେ ‘ଟିମ୍‌ ଇଣ୍ଡିଆ ଯାହାକୁ ଖୋଜୁଥିଲା ସେ…’

ଦୁବାଇ,୨।୧୦: ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ରେ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଆବଶ୍ୟକତା ଥିବା ବେଳେ ଖେଳାଳି ଚୟନ ହୋଇପାରୁ ନାହିଁ। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ ହେଁ ତାଙ୍କର ଫିଟନେସ୍‌ କ୍ରମାଗତ ଭାବେ ଧୋକା ଦେଉଛି। ଏହାକୁ ନେଇ ଦଳ ଅଧିକାଂଶ ମ୍ୟାଚ୍‌ରେ ତାଙ୍କ ବିନା ପଡ଼ିଆକୁ ଓହ୍ଲାଉଛି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ଅଲରାଉଣ୍ଡର ଭେଙ୍କଟେଶ ଅୟର ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ ସହିତ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଭେଙ୍କଟେଶ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳୁଛନ୍ତି। ଏବେ ଭାରତର ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ଭେଙ୍କଟେଶଙ୍କ ଭୂରି ପ୍ରଶଂସା କରିଛନ୍ତି। ଗାଭାସ୍କର ଆୟରଙ୍କ ବ୍ୟାଟିଂ ସହ ବୋଲିଂରେ ବି ପ୍ରଭାବିତ ହୋଇଛନ୍ତି। ଭାରତୀୟ ଟିମ୍‌କୁ ଯେଉଁ ଅଲରାଉଣ୍ଡର ଲୋଡା ଥିଲା ଭେଙ୍କଟେଶ ସେହି ସ୍ଥାନ ପୂରଣ କରିବେ। ସେ ବହୁତ ଭଲ ୟର୍କର ପକାଉଛନ୍ତି। ଏହାକୁ ବ୍ୟାଟ୍ସମ୍ୟାନ୍‌ ଖେଳି ପାରୁନାହାନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ଭେଙ୍କଟେଶଙ୍କ ରୂପରେ କୋତାକାତା ବହୁତ ଭଲ ଖେଳାଳିଙ୍କୁ ଖୋଜି ବାହାର କରିଛନ୍ତି। ସେ ବହୁତ ଦ୍ରୁତ ବୋଲିଂ କରନ୍ତି ନାହିଁ ହେଲେ ସେ ଏଭଳି ୟର୍କର ପକାନ୍ତି ଯାହାକୁ ବ୍ୟାଟ୍ସମ୍ୟାନ୍‌ ଖେଳିବା କଷ୍ଟକର। ବ୍ୟାଟ୍ସମ୍ୟାନ୍‌ ଭାବେ ମଧ୍ୟ ସେ ବହୁତ ଭଳ ଖେଳୁଛନ୍ତି। ସେ ଖୁବ୍‌ଶୀଘ୍ର ଭାରତୀୟ ଦଳରେ ସ୍ଥାନ ପାଇପାରନ୍ତି ବୋଲି ଗାଭାସ୍କର କହିଛନ୍ତି।

Share