ମନ ଜିଣୁଛି ତୋଷାଳି ମେଳା

ଭୁବନେଶ୍ୱର,୨୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀବାସୀ ଶୀତୁଆ ସାକୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବେଶ୍‌ ଉପଭୋଗ କରୁଛନ୍ତି। ପରିବାର, ସାଙ୍ଗସାଥୀ ମେଳରେ ମେଳା ବୁଲୁଛନ୍ତି। କିଣାବିକା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିଆରା ଅନୁଭବ ଦେଉଛି। ଅନ୍ୟପଟେ ଭଳିକି ଭଳି ଖାଦ୍ୟର ବାସ୍ନା ସେମାନଙ୍କୁ ଫୁଡ୍‌କୋର୍ଟକୁ ଟାଣି ନେଉଛି। ଆକର୍ଷଣୀୟ ସାଜସଜ୍ଜା ସହ ଫଟୋ ଉଠାଇବାକୁ ସୁନ୍ଦର ସୁନ୍ଦର ସ୍ଥାନ ମନ ଜିଣୁଥିବାବେଳେ ଦିନକୁ ଦିନ ବେଶ୍‌ ଜମିବାରେ ଲାଗିଛି ତୋଷାଳି ମେଳା। ବୁଧବାର ମେଳାର ପଞ୍ଚମ ସାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର, ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପାଇଁ ଏହି ସା ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥୀଙ୍କ ଦ୍ବାରା ଘୁଙ୍ଗୁରର ଶବ୍ଦ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସେହିପରି ବଲାଙ୍ଗୀରର ଦୁଲ୍‌ଦୁଲି କଳା ପରିଷଦ ଦ୍ବାରା ଧାପ ନୃତ୍ୟ ଓ ବୌଦ୍ଧର ପ୍ରଣାମ ଅନୁଷ୍ଠାନ ଦ୍ବାରା ପଞ୍ଚରସି ଚୁଟ୍‌କୁଛୁଟା ବେଶ୍‌ ମନୋରଞ୍ଜନ କରିଥିଲା। ତେବେ ମେଳାରେ ମିଳୁଥିବା କିଛି ମନମତାଣିଆ ସାମଗ୍ରୀଠାରେ ଲୋକଙ୍କ ଭିଡ଼ ଲାଗି ରହିଥିଲା।

୨ଭଉଣୀଙ୍କ ଚକୋଲେଟ୍‌:

ଆଜିକାଲି ଚକୋଲେଟ୍‌ରୁ ବହୁତ ଭେରାଇଟି ଆସିଲାଣି। ସେହିଭଳି କିଛି ଭିନ୍ନ ଭେରାଇଟି ଆଣି ୨ଭଉଣୀ ମେଳାରେ ଚକୋଲେଟ ଷ୍ଟଲ ପକାଇଛନ୍ତି। ରୀତା ଆଉ ଶାନ୍ତି ନାମକ ୨ଭଉଣୀଙ୍କ ଷ୍ଟଲରେ ଭେରାଇଟି ଚକୋଲେଟ ମିଳୁଛି। ମିଲେଟ ଚକୋଲେଟ, ମିଲେଟ୍‌ ଆରିସା ଚକୋଲେଟ, କକୋନେଟ୍‌, ଡ୍ରାଏଫ୍ପିଟ୍ସ, ଜୱା ଚକେଲୋଟେ ଆଦି ରହିଛି। ଏଥି ସହିତ ମିଲେଟ୍‌ର ଚାହାପତି, ମିଲେଟ୍‌ ଗାର୍ଲିକ ବ୍ରେଡ୍‌ ଓ ବେକେରି ଆଇଟମ୍‌ର ମଧ୍ୟ ଚାହିଦା ରହିଛି।

ବାଉଁଶ ସାମଗ୍ରୀରେ ମନ ଲାଖୁଛି:
ବାଉଁଶରେ ଡାଲା, ଘରକରଣା, ପେନ୍‌ ଷ୍ଟାଣ୍ଡ ଆଦି ଜିନିଷ ତ ଆମେ ଆଗରୁ ଦେଖିଛନ୍ତି। ମାତ୍ର ସୁନ୍ଦର ସୁନ୍ଦର ଡିଜାଇନର ବାଉଁଶରୁ ପ୍ରସ୍ତୁତ ଚୁଡ଼ି ଦେଖି ମେଳାରେ ଥିବା ଏକ ଷ୍ଟଲରେ ଆଖି ଲାଖିଯାଉଥିଲା। ହାତକୁ ହାଲକା ଲାଗିବା ସହ ତା’ର ଡିଜାଇନ ଦେଖି ଅନେକ କିଣି ନେଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ହେୟାରକ୍ଲିପ ମଧ୍ୟ ରହିଥିଲା। ଆସାମରୁ ଆସିଥିବା କ୍ରିଷ୍ଣା କାନ୍ତ ରାୟ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଏହି ପସରା ମେଲାଇଛନ୍ତି।

ଆଇ ଲଭ୍‌ ତୋଷାଳି

ତୋଷାଳି ବୁଲିଯିବ ଆଉ ‘ଆଇ ଲଭ୍‌ ତୋଷାଳି’ ପାଖେ ଫଟୋ ଉଠିବନି, ତାହା କିଭଳି ହେବ। ସାଙ୍ଗସାଥୀଙ୍କ ଗ୍ରୁପ୍‌ ଫଟୋ ତ ଆଉ କିଏ ଅନ୍ୟ ଜଣଙ୍କ ସିଙ୍ଗଲ ଫଟୋ, ମା’ ଟିଏ ତା’ର କୁନି ପୁଅକୁ ଏହି ସେଲ୍ଫି ପଏଣ୍ଟ ପାଖେ ଛିଡ଼ା କରାଇ ଫଟୋ ନେଉଥିବା ଦେଖିବାକୁ ମିଳିଥିଲା ତୋଷାଳି ମେଳାରେ। ଏଠି ମଧ୍ୟ ଭିଡ଼ କିଛି କମ୍‌ ନ ଥିଲା। କିଛି ଫଟୋ ଉଠାଇ ସାରିଲା ପରେ ଆଉ କିଛି ଫଟୋ ଉଠାଇବାକୁ ଅପେକ୍ଷା କରି ରହିଥିଲେ।

ମିଲେଟ୍‌ ସିଡ୍‌ କ୍ରାଫ୍ଟ

ଆଜିକାଲି କେତେ ପ୍ରକାର ଚିତ୍ରକଳା ଆସିଲାଣି। ମଞ୍ଜିରେ ବିଭିନ୍ନ ପ୍ରକାର ଚିତ୍ର ମେଳାରେ ଥିବା ଏକ ଷ୍ଟଲ୍‌ରେ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରକାର ମିଲେଟ୍‌କୁ ବ୍ୟବହାର କରି ବରଗଡ଼ର ପାଇକମାଳରୁ ମଲ୍ଲିକା ସାହୁ ଓ ସୌରେନ୍ଦ୍ରୀ ଭୋଇ ଏହାକୁ ବନାଇଛନ୍ତି। ମାଣ୍ଡିଆ, ଗୁର୍ଜୀ,କୋଦୋ, ଚାଉଳ, ରକ୍ସି ଆଦିରେ ଏହି କ୍ରାଫ୍ଟ ବନାଯାଇଛି। ମହିଳାମାନେ ଚାଷକରି ଫେରୁଥିବାର ଛବି, ଫୁଲ, ଝୋଟି ଚିତ୍ର, ପଦ୍ମଫୁଲରେ ଜଗନ୍ନାଥ ଆଦି ଚିତ୍ର ସେମାନେ ମଞ୍ଜିରେ ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri