ପହିଲି ରଜରେ ପିଠାପଣା ଖାଇଲେ, ନେଲେ ଦୋଳିର ମଜା

କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିଠାରେ ରଜ ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ଆମ୍ବ ତୋଟାରେ ବିଭିନ୍ନ ପ୍ରକାର ଦୋଳି ଲାଗିଛି। ସ୍ଥାନୀୟ ଯୁବତୀ, ଯୁବକ ତଥା ବୟସ୍କମାନେ ଏକାଠି ହୋଇ ଦୋଳି ଖେଳିବା ସହ ମଜା କରିଛନ୍ତି। କାଠରେ ପ୍ରସ୍ତୁତ କାଠ ପଟା, ଚକ୍ର ଦୋଳି, ଖାଇ ଦୋଳି, କଟକି ଦୋଳି ଆଦି ଲଗାଯାଇଛି। ବିଶେଷକରି ଯୁବତୀମାନେ ପିଠାପଣା ଖାଇ ବିଭିନ୍ନ ପ୍ରକାର ନୂଆବସ୍ତ୍ର ପିନ୍ଧି ଦୋଳି ଖେଳି ପ୍ରଥମ ଦିନ କଟାଇଛନ୍ତି। ରାତି ପର୍ଯ୍ୟନ୍ତ ଦୋଳି ଖେଳି କଟାଇଛନ୍ତି। ରଜ ଦୋଳି ଗୀତ, ଡିଜେ ଗୀତ ବାଦ୍ୟରେ ଉକ୍ତ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଆଖପାଖ ଅଞ୍ଚଳର ଲୋକେ ବୁଲି ଦେଖିବାକୁ ଆସିଥିବା ବେଳେ ଏହା ତିନି ଦିନ ବ୍ୟାପୀ ଚାଲିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri