ବଢ଼ାନ୍ତୁ ସୌନ୍ଦର୍ଯ୍ୟ

ବିୟୁଟି ପାର୍ଲର ଯାଇ ମହିଳାମାନେ ନିଜ ନିଜର ବିୟୁଟି ଟ୍ରିଟ୍‌ମେଣ୍ଟ କରାଇଥାନ୍ତି। କିନ୍ତୁ ପାର୍ଲରକୁ ନ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ବ୍ୟବହାର କରି ଆପଣ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ। ଏଥିପାଇଁ କଣ କରିବେ ଜାଣି ରଖନ୍ତୁ…

ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବାକୁ ଚାହୁଁଥିଲେ ଆଳୁକୁ ବାଟି ତାର ରସ ବାହାର କରି ମୁହଁରେ ଲଗାନ୍ତୁ। କିଛି ସମୟ ରହିବା ପରେ ଟିସୁ ପେପରରେ ପୋଛି ତାପରେ ଧୋଇ ଦିଅନ୍ତୁ।
ମୁହଁରେ ଯଦି ବ୍ରଣ ସମସ୍ୟା ଥାଏ ଓ ତ୍ୱଚାରେ କୁଞ୍ଚନ ପଡ଼ି ଆସୁଥାଏ ତେବେ ତୁଳସୀ ପତ୍ରକୁ ବାଟି ମୁହଁରେ ଲଗାନ୍ତୁ। ଲଗାତର ଏହାର ବ୍ୟବହାର କରିବା ଫଳରେ ତ୍ୱଚାର ସମସ୍ତ ପ୍ରକାରର ଦାଗ ଦୂର ହେବା ସହ ଅନ୍ୟ ସମସ୍ୟା ବି ଦୂର ହେବ।
ପାଚିଲା ଅମୃତଭଣ୍ଡାକୁ ମୁହଁରେ ଲଗାଇ ଭଲଭାବରେ ଘଷନ୍ତୁ। ଲଗାତର କିଛି ସମୟ ଏପରି କରିବା ଫଳରେ ମୁହଁରେ ଥିବା ସମସ୍ତ ପ୍ରକାରର ମଇଳା ସଫା ହୋଇଥାଏ ଏବଂ ସମସ୍ତ ଦାଗ ମଧ୍ୟ କିଛିଦିନ ପରେ ଚାଲି ଯାଇଥାଏ। ଏପରି କରିବା ଫଳରେ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯାଏ ଓ କୋମଳ ମଧ୍ୟ ହୋଇଥାଏ।
ଚନ୍ଦନ ପାଉଡରକୁ ଗୋଲାପ ଜଳରେ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।
ତ୍ୱଚାରେ ଯଦି ବୟସର ଛାପ ଦେଖାଗଲାଣି ତେବେ ଆଳୁର ପେଷ୍ଟ କରି ସେଥିରେ ଅଣ୍ଡାର ଧଳା ଅଂଶ ମିଶାଇ ପ୍ୟାକ୍‌ ତିଆରି କରି ମୁହଁ ଏବଂ ବେକରେ ଲଗାନ୍ତୁ।
ଆଳୁକୁ ବାଟି ସେଥିରେ ହଳଦୀ ମିଶାଇ ଲଗାଇଲେ ତ୍ୱଚାର ଉଜ୍ଜ୍ୱଳତା ବଢିବ।
ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ ଆଳୁକୁ ବାଟି ସେଥିରେ ଅଳ୍ପ ମୁଲତାନୀ ମାଟି ଏବଂ ଗୋଲାପ ଜଳ ମିଶାଇ ଫେସ୍‌ ପ୍ୟାକ୍‌ କରି ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri