Posted inଖେଳ

ଇଂଲଣ୍ଡ ବିଶ୍ୱକପ୍‌ ବିଜେତା ଫୁଟବଲର ଚାର୍ଲଟନଙ୍କ ପରଲୋକ

ଲଣ୍ଡନ,୧୧।୭(ଏପି): ଇଂଲଣ୍ଡ କିମ୍ବଦନ୍ତୀ ଫୁଟବଲର ତଥା ସେଣ୍ଟ୍ରାଲ ଡିଫେଣ୍ଡର ଜ୍ୟାକ୍‌ ଚାର୍ଲଟନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବିଗ୍‌ ଜ୍ୟାକ୍‌ ନାମରେ ପରିଚିତ ଥିବା ଚାର୍ଲଟନ ଶୁକ୍ରବାର ନର୍ଥଉମ୍ବରଲାଣ୍ଡସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।
୧୯୬୬ ଫିଫା ବିଶ୍ୱକପ୍‌ରେ ଚାର୍ଲଟନ ନିଜ ଭାଇ ବବିଙ୍କ ସହ ଇଂଲଣ୍ଡ ତରଫରୁ ପ୍ରତିନିଧିତ୍ୱ କରିଥିଲେ ଓ ଦମ୍‌ଦାର ପ୍ରଦର୍ଶନ ଦଳକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅବସର ନେବାପରେ ସେ ଆୟର୍ଲାଣ୍ଡର କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରି ବେଶ୍‌ ସଫଳ ରହିଥିଲେ। ୧୯୬୭ରେ ତାଙ୍କୁ ଇଂଲଣ୍ଡର ଫୁଟବଲର ଅଫ୍‌ ଦି ଇୟର ବିବେଚନା କରାଯାଇଥିଲା। ୧୯୫୨ରୁ ୭୩ ମଧ୍ୟରେ ସେ ଲିଡ୍ସ ତରଫରୁ କ୍ଲବ୍‌ ଫୁଟବଲ ଖେଳିଥିଲେ। ଏହି କ୍ଲବ ତରଫରୁ ୭୭୩ଟି ମ୍ୟାଚ୍‌ ଖେଳି ସର୍ବକାଳୀନ ରେକର୍ଡ ସ୍ଥାପନ କରିଥିଲେ। ତାଙ୍କ ସମୟରେ ସେ ସବୁ ଘରୋଇ ସମ୍ମାନର ଅଧିକାରୀ ହୋଇଥିଲେ। ୧୯୬୯ରେ ଲିଗ୍‌ ଟାଇଟଲ ମଧ୍ୟ ମିଳିଥିଲା। ତାଙ୍କ ପରଲୋକରେ ଇଂଲଣ୍ଡ ଫୁଟବଲରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଇଂଲଣ୍ଡ ଟିମ୍‌ ଟୁଇଟର ଏକାଉଣ୍ଟରେ ଉଲ୍ଲେଖ କରାଯାଇଛି। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ଫାଇନାଲରେ ଜର୍ମାନୀକୁ ଅତିରିକ୍ତ ସମୟ ପରେ ୪-୨ରେ ହରାଇଥିଲା। ଏହା ଥିଲା ତାଙ୍କ କ୍ୟାରିୟର ଓ ଜୀବନର ସବୁଠାରୁ ରୋମାଞ୍ଚକ ଓ ବଡ଼ ସଫଳତା।
ତାଙ୍କ ସାନଭାଇ ବବି ମିଡ୍‌ଫିଲ୍ଡରେ ଖେଳୁଥିଲେ। ୧୯୬୫ରୁ ୭୦ ମଧ୍ୟରେ ଇଂଲଣ୍ଡ ପାଇଁ ଚାର୍ଲଟନ ୩୫ଟି ମ୍ୟାଚ୍‌ ଖେଳି ୬ଟି ଗୋଲ ସ୍କୋର କରିଥିଲେ। ସେ ୧୯୬୮ ୟୁରୋପିଆନ ଚାମ୍ପିୟନଶିପ୍‌ ଓ ୧୯୭୦ ବିଶ୍ୱକପ୍‌ ମଧ୍ୟ ଖେଳିଥିଲେ। ତାଙ୍କ କୋଚିଂରେ ଆୟର୍ଲାଣ୍ଡ ଅଶାତୀତ ସଫଳତା ହାସଲ କରିଥିଲା। ଫଳରେ ତାଙ୍କରୁ ସମ୍ମାନଜନକ ଆୟର୍ଲାଣ୍ଡର ନାଗରିକତା ପ୍ରଦାନ କରାଯାଇଥିଲା। ଇଂଲଣ୍ଡର ସହିତ ସମାନ ଭାବେ ମୁଁ ଆୟର୍ଲାଣ୍ଡର ନାଗରିକ ବୋଲି ସେ କହିଥିଲେ। ସର୍ବକାଳୀନ ସେଣ୍ଟ୍ରାଲ ଡିଫେଣ୍ଡର ଭାବେ ସେ ବେଶ୍‌ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri