Categories: ଖେଳ

ଟସ୍‌ ଜିତିଲା ଇଂଲଣ୍ଡ

ବର୍ମିହାମ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି -୨୦ ଆଜି ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଦୁଇଟି ପରିବର୍ତ୍ତନ କରିଛି। ଏଥି ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳରେ ଚାରିଟି ପରିବର୍ତ୍ତନ କରିଛନ୍ତି। ଶେଷ ଏକାଦଶରେ ରବି ବିଷ୍ଣୋଇ, ଉମ୍ରାନ ମଲିକ, ଆବେଶ ଖାନ ଏବଂ ଶ୍ରେୟାସ ଆୟରଙ୍କୁ ସାମିଲ କରାଯାଇଛି। ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍‌ରା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।
ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୨-୦ ଅଗ୍ରଣୀ ହାସଲ କରିସାରିଛି। ଇଂଲଣ୍ଡ ବିପକ୍ଷରେ କ୍ଲିନ୍‌ସୁଇପ୍‌ କରିବାକୁ ଚାହୁଁଛି ଭାରତ।

Share