ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବୋଲିଂ କରିବ। ଯୁବ ଦ୍ରୁତ ବୋଲର ଗୁରନୂର ବ୍ରାରଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି। ସାଢ଼େ ଛଅ ଫୁଟ ଉଚ୍ଚତା ହେତୁ ସେ ଇଂଲଣ୍ଡ ପରିସ୍ଥିତିରୁ ଯଥେଷ୍ଟ ଲାଭ ପାଇବାର ଆଶା କରାଯାଉଛି। ଶିବମ ଦୁବେଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି। କୁଲଦୀପ ଯାଦବ ଏବଂ ଅର୍ଶଦୀପ ସିଂହ ପ୍ଲେଇଂ-୧୧ରୁ ବଞ୍ଚିତ ହୋଇଛନ୍ତି।
ଇଂଲଣ୍ଡ ଏଜବାଷ୍ଟନ ଷ୍ଟାଡିୟମରେ ଶେଷ ୭ଟି ମ୍ୟାଚ ଜିତିଛି। ଶେଷ ଥର ପାଇଁ ଇଂଲଣ୍ଡ ଦଳ ଏଠାରେ ଟିମ ଇଣ୍ଡିଆଠାରୁ ପରାସ୍ତ ହୋଇଥିଲା। ଭାରତ ୨୦୧୪ରେ ଏହି ସ୍ଥାନରେ ଇଂଲଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା ଏବଂ ସେବେଠାରୁ ଇଂଲଣ୍ଡ ଦଳ ଏଠାରେ ଅପରାଜିତ ରହିଛି। ଏହା ଇଂଲଣ୍ଡର ଉଇକେଟକିପର-ବ୍ୟାଟସମ୍ୟାନ ଜୋସ ବଟଲରଙ୍କ ପାଇଁ ୨୦୦ତମ ମ୍ୟାଚ। ଇଂଲଣ୍ଡ ପାଇଁ ୨୦୦ ଦିନିକିଆ ଖେଳିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ।
ଟିମ ଇଣ୍ଡିଆ ପାଖରେ ଛଅଟି ବୋଲିଂ ବିକଳ୍ପ ଉପଲବ୍ଧ ଅଛି। ତିନି ଜଣ ବିଶେଷଜ୍ଞ ଦ୍ରୁତ ବୋଲର ଅଛନ୍ତି – ଗୁରନୂର ବ୍ରାର, ଜଶପ୍ରୀତ ବୁମରାଏଂବ ପ୍ରସିଦ୍ଧ କ୍ରିଷ୍ଣା। ଶିବମ ଦୁବେ ମିଡିୟମ ପେସ୍ ବୋଲିଂ କରନ୍ତି। ଏହା ବ୍ୟତୀତ ଦଳରେ ଦୁଇ ଜଣ ସ୍ପିନର ଅଛନ୍ତି ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ।
ଇଂଲଣ୍ଡ ପ୍ଲେଇଂ-୧୧: ଜାକବ ବେଥେଲ, ବେନ ଡକେଟ, ଜୋ ରୁଟ, ହ୍ୟାରି ବ୍ରୁକ (ଅଧିନାୟକ), ଜୋସ ବଟଲର୍ (ଉଇକେଟକିପର), ସାମ କରାନ, ୱିଲ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ ଡସନ, ଜୋଶ ଟଙ୍ଗ, ଏବଂ ଆଦିଲ ରସିଦ।
ଭାରତ ପ୍ଲେଇଂ-୧୧: ରୋହିତ ଶର୍ମା, ଶୁବମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ୱାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ଗୁରନୂର ବ୍ରାର, ଜଶପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣା।