Categories: ଖେଳ

ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଜିତି ସେମିଫାଇନାଲରେ ପହଞ୍ଚିିଲା…

ସିଡନୀ,୫।୧୧ : ଶନିବାର ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି।

ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୧୯.୪ ଓଭରରେ ୬ ଓ୍ବିକେଟ ହରାଇ ଧାର୍ଯ୍ୟ ୧୪୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିଛି। ଏହା ସହିତ ମ୍ୟାଚର ଆୟୋଜକ ଦଳ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି।

ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁପର-୧୨ରେ ଗ୍ରୁପ -୧ ର ଏହି ଶେଷ ମ୍ୟାଚ ଇଂଲଣ୍ଡ ଦଳକୁ ସେମିରେ ପ୍ରବେଶ କରାଇଛି। ଶ୍ରୀଲଙ୍କା ପୂର୍ବରୁ ସେମିଫାଇନାଲ ପାଇଁ ଦୌଡ଼ରୁ ବାହାରି ସାରିଛି।
ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିବାବେଳେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୨ ରନ୍‌ ରହିଥିଲା। ୪୫ ବଲରୁ ୬୭ ରନ କରି ନିସାଙ୍କା ପାଭିଲିୟନ ଫେରିଥିଲେ। ସେ ଦୁଇଟି ଚୌକା ଓ ପାଞ୍ଚଟି ଛକା ମାରିଥିଲେ।

Share