Posted inଖେଳ

ଶତକ ମାରିବାକୁ ଭୁଲିଗଲେ ଏହି ଖେଳାଳି, ଅପରାଜିତ ୯୯ ରନ୍‌ କରି ଦଳକୁ ଜିତାଇଲେ

ଅକଲାଣ୍ଡ,୨।୧୨: ଡେଭିଡ ମଲାନ ଏବଂ ଜୋଶ ବଟଲରଙ୍କ ଅର୍ଦ୍ଧଶତକୀୟ ଇନିଂଶ ଆଧାରରେ ତୃତୀୟ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଏହି ସିରିଜକୁ ହାତେଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ହରାଇ ୧୯୧ ରନ କରିଥିଲା। ୧୯୨ ରନ ଜବାବରେ ଇଂଲଣ୍ଡ ୧୭.୪ ଓଭରରେ ଗୋଟିଏ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ୨୫ ରନରେ ଜେସନ ରୟ ଭାବରେ ଇଂଲଣ୍ଡ ପ୍ରଥମ ଉଇକେଟ ହରାଇଥିଲା। ଏହା ପରେ ବଟଲର ଏବଂ ମାଲାନଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ହୋଇଥିଲା। ୪୬ ବଲରେ ବଟଲର୍‌ ୬୭ ରନ ସଂଗ୍ରହ କରିଥିବାବେଳେ ମଲାନ ୪୭ଟି ବଲରୁ ୧୧ ଚୌକା ଓ ୫ ଛକା ସହ ଅପରାଜିତ ୯୯ ରନ କରିଥିଲେ। ଶତକ କରିବାକୁ ମାଲାନଙ୍କର ଏକ ବଡ଼ ସୁଯୋଗ ଥିଲା। ତାଙ୍କ ପାଖରେ ବଲ ମଧ୍ୟ ଥିଲା, କିନ୍ତୁ ଭୁଲ ଯୋଜନା ହେତୁ ସେ ଏକ ଶତକରୁ ବଞ୍ଚିତ ହୋଇଥିଲେ। ସୂଚନାଯୋଗ୍ୟ, ଶତକ ପୂରଣ କରିବା ପାଇଁ ମାଲାନଙ୍କୁ ଦୁଇଟି ରନ ଆବଶ୍ୟକ ଥିଲା, ସେତେବେଳେ ସେ ଭୁଲି ଯାଇଥିଲେ ଯେ ସେ ୯୮ ରନ ବ୍ୟାଟିଂ କରୁଥିଲେ ଏବଂ ସେ ୧୮ତମ ଓଭରର ଚତୁର୍ଥ ବଲରେ ସିଙ୍ଗ୍‌ଲ ନେଇ ଇଂଲଣ୍ଡକୁ ବିଜୟ ପ୍ରଦାନ କରିଥିଲେ। ଏହି ସିଙ୍ଗଲ ପୂର୍ବରୁ ସେ ତୃତୀୟ ବଲରେ ଚୌକା ଏବଂ ଦ୍ୱିତୀୟ ବଲରେ ୬କା ମାରିଥିଲେ। ଏଭଳି ଫର୍ମ ଦେଖି ଜଣାପଡୁଥିଲା ଯେ ସେ ସହଜରେ ଚୌକା ବି ଛକା ମାରି ଶତକ ପୂରଣ କରିବେ, କିନ୍ତୁ ସେ ସିଙ୍ଗଲ ନେଇ ଦଳକୁ ଜିତାଇଥିଲେ। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri