Categories: ଖେଳ

ଆଜିଠାରୁ ବର୍ମିଂହାମ୍‌ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଚାରିଟି ମ୍ୟାଚ ଗତ ବର୍ଷ ଖେଳାଯାଇଥିଲା, କିନ୍ତୁ କରୋନା କାରଣରୁ ଶେଷ ମ୍ୟାଚ ଖେଳାଯାଇ ପାରି ନ ଥିଲା, ଯାହା ବର୍ତ୍ତମାନ ଖେଳାଯିବ। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଏହି ଟେଷ୍ଟ ଜିତି ଟିମ ଇଣ୍ଡିଆ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାର ଏକ ବଡ଼ ସୁଯୋଗ ରହିଛି। ମ୍ୟାଚ ଡ୍ର ହେଲେ ମଧ୍ୟ ଭାରତ ସିରିଜ ଜିତିବ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜ ଡ୍ର କରିବାକୁ ଚାହୁଁଛି।
ଏହି ମ୍ୟାଚ୍‌ ଜୁଲାଇ ୧ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ବର୍ମିଂହାମ୍‌ର ଏଜବାଷ୍ଟନ ଠାରେ ଖେଳାଯିବ। ମ୍ୟାଚ୍‌ରେ ଟସ ଭାରତୀୟ ସମୟ ଅପରାହ୍ନ ୨.୩୦ରେ ଏବଂ ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ। ସୋନି ସ୍ପୋର୍ଟସ ନେଟୱାର୍କର ଭାରତ-ଇଂଲଣ୍ଡ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ତେଣୁ ଏହି ମ୍ୟାଚ ସୋନି ସ୍ପୋର୍ଟସ ଚ୍ୟାନେଲରେ ମଧ୍ୟ ପ୍ରସାରଣ ହେବ। ସମସ୍ତ ଇଣ୍ଡିଆ-ଇଂଲଣ୍ଡ ସିରିଜ ମ୍ୟାଚ ଲାଇଭ-ଷ୍ଟ୍ରିମିଂ ସୋନି LIV ଆପରେ ଦେଖିବାକୁ ମିଳିବ।

 

Share