Categories: ଖେଳ

ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍‌ ହରାଇ ୨୭୦ ରନ୍‌ କରିଛି। ତେବେ ପୂଜାରା ବ୍ୟାଟିଂ କରୁଥିବାବେଳେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ସେ ବ୍ୟାଟିଂ କରୁଥିବାବେଳେ ଇଂଲଣ୍ଡ ପେସ୍‌ ବୋଲର କ୍ରେଗ୍‌ ଓଭରଟନ୍‌ ପୂଜାରାଙ୍କ ଉପରେ ପ୍ରଭାବ ପକାଇବାକୁ ବହୁତ ଚାହୁଁଥିଲେ। କିନ୍ତୁ ସେ ସଫଳ ହୋଇ ପାରି ନଥିଲେ। ପୂଜାରା ଓଭରଟନଙ୍କ ବିପକ୍ଷରେ ଭଲ ବୋଲିଂ କରିଥିଲେ। ପୂଜାରାଙ୍କ ବ୍ୟାଟିଂ ଦେଖି ଓଭରଟନ୍‌ ଏତେ ରାଗିଯାଇଥିଲେ ଯେ ୪୯ ତମ ଓଭରରେ ସେ ଏକ ଲଜ୍ଜାଜନକ ହରକତ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଓଭରରେ ପୂଜାରା ଓଭରଟନଙ୍କ ବଲ୍‌ରେ ୨ଟି ଚୌକା ମାରିଥିଲେ। ଏହାପେରେ ଓଭରଟନ୍‌ ଏତେ ରାଗିଯାଇଥିଲେ ଯେ, ପୂଜାରା ଗୋଟିଏ ବଲ୍‌ ଡିଫେଣ୍ଡ୍‌ କରିବା କ୍ଷଣି ସେହି ବଲ୍‌କୁ ଆଣି ତାଙ୍କ ଉପରକୁ ଫୋପାଡି ଭଲି ଅଭିନୟ କରିଥିଲେ। ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହି ମ୍ୟାଚ୍‌ରେ ପୂଜାରା ୬୧ ରନ୍‌ର ପାଳି ଖେଳିଥିଲେ।

Share