Posted inଖେଳ

ସ୍ବଦେଶ ଫେରିଗଲେ ଇଂଲଣ୍ଡ ଏହି ସ୍ପିନର

ରାଞ୍ଚି,୨୩।୨: ଇଂଲଣ୍ଡ ଯୁବ ସ୍ପିନର ରେହାନ ଅହମଦ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ସେ ଭାରତ ବିପକ୍ଷ ଚଳିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅବଶିଷ୍ଟାଂଶ ଖେଳିବେ ନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛନ୍ତି। ୧୯ ବର୍ଷୀୟ କ୍ରିକେଟର ସିରିଜର ପ୍ରଥମ ୩ ଟେଷ୍ଟରେ ୪୪ ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଛନ୍ତି।

ବିଶାଖାପାଟଣାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ୬ ଉଇକେଟ ସଫଳତା ଅନ୍ୟତମ। ସେ ଜରୁରୀ ପାରିବାରିକ କାରଣରୁ ସ୍ବଦେଶ ଫେରିଥିବା କୁହାଯାଉଛି। ଟୁର୍‌ର ଅବଶିଷ୍ଟାଂଶ ପାଇଁ ଅହମଦଙ୍କ ସ୍ଥାନରେ ଇଂଲଣ୍ଡ ନୂଆ ଖେଳାଳି ସାମିଲ କରିବ ନାହିଁ।

ଇଂଲଣ୍ଡ ଶୁକ୍ରବାର ଚତୁର୍ଥ ଟେଷ୍ଟ ପାଇଁ ଅହମଦଙ୍କ ସ୍ଥାନରେ ଶୋଏବ ବଶିରଙ୍କୁ ସାମିଲ କରିଛି। ୫ ମ୍ୟାଚ ବିଶିଷ୍ଟ ସିରିଜର ଆଉ ଗୋଟିଏ ମ୍ୟାଚ ବାକି ରହିଛି। ଇଂଲଣ୍ଡ ଦଳରେ ଆଉ ଜଣେ ସ୍ପିନର ଅଛନ୍ତି। ସେ ହେଲେ ହାମହାତୀ ଟ୍ବିକର ଟମ୍‌ ହାର୍ଟଲୀ। ଟୁର୍‌ରେ ସେ ସବୁଠାରୁ ଅଧିକ ୧୬ ଉଇକେଟ ନେଇଛନ୍ତି। ଚଳିତମାସ ପ୍ରାରମ୍ଭରେ ଏହି ପାକିସ୍ତାନୀ ବଂଶୋଦ୍ଭବ ତୃତୀୟ ଟେଷ୍ଟ ଖେଳିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଆସି ପହଞ୍ଚିବା ପରେ ଭିଜା ସମସ୍ୟାରେ ପଡ଼ିଥିଲେ। ସିରିଜ ମଝିରେ ବିଶ୍ରାମରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୟୁଏଇ ଗସ୍ତ କରିବା ଦ୍ୱାରା ଅହମଦଙ୍କ ସିଙ୍ଗଲ ଭିଜା ମିଆଦ ଶେଷ ହୋଇଯାଇଥିଲା। ତାଙ୍କୁ ରାଜକୋଟ ବିମାନବନ୍ଦରରେ ଅଟକାଯାଇଥିଲା। ଭାରତୀୟ ସରକାର ଏବଂ ବିସିସିଆଇର ହସ୍ତକ୍ଷେପ ଯୋଗୁ ସମସ୍ୟାର ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବର୍ଷିଲେ ଗାଭାସ୍କର

ମୁମ୍ବାଇ,୧୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇ ଇଣ୍ଡିଆନ୍ସର ଖରାପ ଫର୍ମକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟାର୍ଗେଟ କରିଛନ୍ତି। ଏହି ସିଜିନ୍‌ରେ ମୁମ୍ବାଇ...

ପଡ଼ିଆ ବାହାରେ ଏମିତି କାମ କଲେ ଧୋନୀ: ସମସ୍ତେ କରୁଛନ୍ତି ବାଃ ବାଃ

ମୁମ୍ବାଇ,୧୫।୪: ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ୨୦୨୪ରେ ଚତୁର୍ଥ ବିଜୟ ହାସଲ କରିଛି। ଚେନ୍ନାଇର ଏହି...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଧୋନୀ

ମୁମ୍ବାଇ,୧୫।୪: ଚେନ୍ନାଇର ସୁପର କିଙ୍ଗ୍ସ (ସିଏସକେ)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ତାଙ୍କ...

କମ୍‌ ବୟସରେ ବଡ଼ ରେକର୍ଡ ହାସଲ କଲେ ‘ଜୁନିଅର୍‌ ମାଲିଙ୍ଗା’

ମୁମ୍ବାଇ,୧୫।୪: ଆଇପିଏଲ ୨୦୨୪ର ମ୍ୟାଚ ନମ୍ବର ୨୯ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଚେନ୍ନାଇ ଏହି ମ୍ୟାଚକୁ...

ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ରୋହିତ ଶର୍ମା

ମୁମ୍ବାଇ,୧୫।୪: ଆଇପିଏଲ ୨୦୨୪ରେ ‘ସୁପର ରବିବାର’ର ଦ୍ୱିତୀୟ ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ...

ଚେନ୍ନାଇ-ମୁମ୍ବାଇ ମ୍ୟାଚ୍‌ରେ ମହାରେକର୍ଡ ବର୍ଷା

ମୁମ୍ବାଇ,୧୫।୪: ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ୨୦୨୪ର ମ୍ୟାଚ ନମ୍ବର ୨୯ରେ ଖେଳାଯାଇଥିଲା। ଚେନ୍ନାଇ ଏହି ମ୍ୟାଚକୁ...

ଲାଇଭ୍‌ ମ୍ୟାଚ୍‌ବେଳେ ଖୋଲିଗଲା ରୋହିତ ଶର୍ମାଙ୍କ ପ୍ୟାଣ୍ଟ୍‌, ଲାଜେଇ ଗଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୫।୪: ଆଇପିଏଲ ୨୦୨୪ର ୨୯ତମ ମ୍ୟାଚରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଶତକ ହାସଲ କରିଥିଲେ। ତେବେ ତାଙ୍କ ଶତକ ଚେନ୍ନାଇ ସୁପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri