Posted inଖେଳ

ସ୍ବଦେଶ ଫେରିଗଲେ ଇଂଲଣ୍ଡ ଏହି ସ୍ପିନର

ରାଞ୍ଚି,୨୩।୨: ଇଂଲଣ୍ଡ ଯୁବ ସ୍ପିନର ରେହାନ ଅହମଦ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ସେ ଭାରତ ବିପକ୍ଷ ଚଳିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅବଶିଷ୍ଟାଂଶ ଖେଳିବେ ନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛନ୍ତି। ୧୯ ବର୍ଷୀୟ କ୍ରିକେଟର ସିରିଜର ପ୍ରଥମ ୩ ଟେଷ୍ଟରେ ୪୪ ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଛନ୍ତି।

ବିଶାଖାପାଟଣାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ୬ ଉଇକେଟ ସଫଳତା ଅନ୍ୟତମ। ସେ ଜରୁରୀ ପାରିବାରିକ କାରଣରୁ ସ୍ବଦେଶ ଫେରିଥିବା କୁହାଯାଉଛି। ଟୁର୍‌ର ଅବଶିଷ୍ଟାଂଶ ପାଇଁ ଅହମଦଙ୍କ ସ୍ଥାନରେ ଇଂଲଣ୍ଡ ନୂଆ ଖେଳାଳି ସାମିଲ କରିବ ନାହିଁ।

ଇଂଲଣ୍ଡ ଶୁକ୍ରବାର ଚତୁର୍ଥ ଟେଷ୍ଟ ପାଇଁ ଅହମଦଙ୍କ ସ୍ଥାନରେ ଶୋଏବ ବଶିରଙ୍କୁ ସାମିଲ କରିଛି। ୫ ମ୍ୟାଚ ବିଶିଷ୍ଟ ସିରିଜର ଆଉ ଗୋଟିଏ ମ୍ୟାଚ ବାକି ରହିଛି। ଇଂଲଣ୍ଡ ଦଳରେ ଆଉ ଜଣେ ସ୍ପିନର ଅଛନ୍ତି। ସେ ହେଲେ ହାମହାତୀ ଟ୍ବିକର ଟମ୍‌ ହାର୍ଟଲୀ। ଟୁର୍‌ରେ ସେ ସବୁଠାରୁ ଅଧିକ ୧୬ ଉଇକେଟ ନେଇଛନ୍ତି। ଚଳିତମାସ ପ୍ରାରମ୍ଭରେ ଏହି ପାକିସ୍ତାନୀ ବଂଶୋଦ୍ଭବ ତୃତୀୟ ଟେଷ୍ଟ ଖେଳିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଆସି ପହଞ୍ଚିବା ପରେ ଭିଜା ସମସ୍ୟାରେ ପଡ଼ିଥିଲେ। ସିରିଜ ମଝିରେ ବିଶ୍ରାମରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୟୁଏଇ ଗସ୍ତ କରିବା ଦ୍ୱାରା ଅହମଦଙ୍କ ସିଙ୍ଗଲ ଭିଜା ମିଆଦ ଶେଷ ହୋଇଯାଇଥିଲା। ତାଙ୍କୁ ରାଜକୋଟ ବିମାନବନ୍ଦରରେ ଅଟକାଯାଇଥିଲା। ଭାରତୀୟ ସରକାର ଏବଂ ବିସିସିଆଇର ହସ୍ତକ୍ଷେପ ଯୋଗୁ ସମସ୍ୟାର ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri