Posted inଖେଳ

ଘରକୁ ଫେରିଲେ ଇଂଲଣ୍ଡ ଖେଳାଳି: ମାଳଦୀପରୁ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶ ଯିବେ

ଲଣ୍ଡନ,୬।୫(ପି.ଟି.): କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଖେଳି ଅଧିକାଂଶ ଇଂଲଣ୍ଡ ଖେଳାଳି ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ଖେଳାଳିମାନେ ମାଳଦୀପରୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
ମଙ୍ଗଳବାର ଆଇପିଏଲ୍‌ ସସ୍‌ପେଣ୍ଡ ହେବା ପରେ ଜୋଶ ବଟଲର, ଜନୀ ବେୟାରଷ୍ଟୋଙ୍କ ସମେତ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଖେଳାଳି ସ୍ବଦେଶ ପ୍ରତ୍ୟାର୍ତ୍ତନ କରିଛନ୍ତି। ସାମ କୁରାନ, ଟମ୍‌ କୁରାନ, ସାମ୍‌ ବିଲିଙ୍ଗ୍ସ, କ୍ରିସ୍‌ ଓ୍ବକ୍ସ, ମୋଇନ ଅଲି ଓ ଜାସନ ରୟ ଲଣ୍ଡନରେ ପହଞ୍ଚିଛନ୍ତି। ଘରକୁ ଫେରିବା ପୂର୍ବରୁ ଖେଳାଳିମାନେ ୧୦ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ବାକି ୩ ଇଂଲଣ୍ଡ ଖେଳାଳି ଇଅନ ମୋର୍ଗାନ, ଡାଓ୍ବିଡ ମଲାନ ଓ କ୍ରିସ୍‌ ଜୋର୍ଡାନ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିମାନ ଯୋଗେ ଲଣ୍ଡନ ଫେରିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ୮ଜଣ ଇଂଲଣ୍ଡ ଖେଳାଳି ସକାଳେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ନିୟମ ଅନୁସାରେ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଟେଲରେ ଇଂଲଣ୍ଡ ଖେଳାଳିମାନେ କ୍ୱାରାଣ୍ଟାଇନ୍‌ରେ ରହିବେ।
ଅପରପକ୍ଷରେ ଅଷ୍ଟ୍ରେଲିଆ ଖେଳାଳିମାନେ ମାଳଦୀପ ଯାଇ ସେଠାରେ କିଛି ଦିନ ଅପେକ୍ଷା କରି ସ୍ବଦେଶ ଫେରିବେ। ତେବେ ଖେଳାଳିମାନେ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଠିକ୍‌ ସୂଚନା ପାଇନାହାନ୍ତି। ମେ’ ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସରକାର ଭାରତ ଉପରେ ଭ୍ରମଣଜନିତ କଟକଣା ଲାଗୁ କରିଛନ୍ତି। ଫଳରେ ଅଷ୍ଟ୍ରେଲୀୟ ଖେଳାଳିମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଓ ଭାରତରେ ଫସି ରହିଛନ୍ତି। ଏହି ନିୟମ ତଥା କଟକଣାରୁ ଖେଳାଳିଙ୍କୁ ଛାଡ କରିବାକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମନା କରିଦେଇଛନ୍ତି।
ଆଇପିଏଲ୍‌ ଖେଳିଥିବା ସବୁ ଅଷ୍ଟ୍ରେଲିଆ ଖେଳାଳି ଏବେ ଦିଲ୍ଲୀରେ ଏକାଠି ହେଉଛନ୍ତି। ଦିଲ୍ଲୀରୁ ସବୁ ଖେଳାଳି ସ୍ବତନ୍ତ୍ର ବିମାନ ଯୋଗେ ମାଳଦୀପ ଯିବେ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟବର୍ତ୍ତିକାଳୀନ ମୁଖ୍ୟ ନିକ୍‌ ହୋକ୍‌ଲେ ଖେଳାଳିମାନଙ୍କୁ ଅଷ୍ଟ୍ରେଲିଆ ପଠାଇବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରୟାସକୁ ପ୍ରଶଂସା କରିଛନ୍ତି। ବିସିସିଆଇ ଏ ନେଇ ଯଥାସମ୍ଭବ ବ୍ୟବସ୍ଥା କରୁଛି ବୋଲି ସେ କହିଛନ୍ତି। ୧୪ଜଣ ଖେଳାଳିଙ୍କ ସମେତ କେତେଜଣ କୋଚିଂ ଷ୍ଟାଫ୍‌ ଓ କମେଣ୍ଟେଟର୍ସ ଏବେ ଭାରତରେ ଫସି ରହିଛନ୍ତି। ବିସିସିଆଇ ପ୍ରଥମେ ଭାରତ ବାହାରକୁ ଏମାନଙ୍କୁ ପଠାଇବାକୁ ବ୍ୟବସ୍ଥା କରୁଛି। ଖେଳାଳିମାନଙ୍କୁ ମାଳଦୀପ କିମ୍ବା ଶ୍ରୀଲଙ୍କାକୁ ପଠାଯିବ ବୋଲି ହୋକ୍‌ଲେ କହିଛନ୍ତି।
ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିଙ୍କୁ ବାଦ୍‌ ଦେଲେ ୧୧ ଜଣ ଦକ୍ଷିଣ ଆଫ୍ରିକା ଖେଳାଳି, ୧୦ ନ୍ୟୁଜିଲାଣ୍ଡ ଖେଳାଳି, ୯ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି, ୩ ଆଫଗାନିସ୍ତାନ ଓ ୨ ବାଂଲାଦେଶ ଖେଳାଳି ଏଥର ଆଇପିଏଲ୍‌ରେ ବିଭିନ୍ନ ଫ୍ରାଞ୍ଚାଇଜ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। କେତେଜଣ ଖେଳାଳିଙ୍କ ପରୀକ୍ଷା ପଜିଟିଭ ଜଣାପଡିବା ପରେ ଆଇପିଏଲ୍‌କୁ ମଙ୍ଗଳବାର ସସ୍‌ପେଣ୍ଡ କରାଯାଇଥିଲା। ୬୦ ମ୍ୟାଚ୍‌ ବିଶିଷ୍ଟ ଏହି ଟୁର୍ନାମେଣ୍ଟ ୫୨ ଦିନ ଧରି ଚାଲିବାକୁ ଥିଲା। ଅହମଦାବାଦ୍‌ରେ ମେ’ ୩୦ ତାରିଖରେ ଏହା ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ୨୪ ଦିନ ଖେଳ ସମ୍ଭବ ହୋଇଥିଲା ଓ ୨୯ଟି ମ୍ୟାଚ୍‌ ଖେଳାଯାଇଥିଲା।
ଅନ୍ୟପଟେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଏକ ଗ୍ରୁପ୍‌ ଆଗାମୀ ସିରିଜ ଖେଳିବାକୁ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ) ଯାତ୍ରା କରିବ। ଏ ନେଇ ନ୍ୟୁଜିଲାଣ୍ଡ ପ୍ଲେୟର୍ସ ଆସୋସିଏଶନ ମୁଖ୍ୟ ହିଥ୍‌ ମିଲ୍ସ ସୂଚନା ଦେଇଛନ୍ତି। ତେବେ ଏହା ମେ’ ୧୦ ତାରିଖ ପରେ ସମ୍ଭବ ହେବ। କାରଣ ଏହି ଦିନ ଭାରତ ଉପରେ ଲାଗୁ ହୋଇଥିବା ଭ୍ରମଣଜନିତ କଟକଣା ନେଇ ପୁନର୍ବିଚାର କରାଯିବ। ୟୁକେ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଯୋଗୁ ମେ’ ୧୧ ପର୍ଯ୍ୟନ୍ତ ଇଂଲଣ୍ଡ ମଧ୍ୟରେ ପ୍ରବେଶ କରିହେବ ନାହିଁ। ଫଳରେ ଖେଳାଳିମାନେ ଆଉ କିଛି ଦିନ ଅପେକ୍ଷା କରିବେ। ଓ୍ବିଲିୟମସନଙ୍କ ସମେତ ୟୁକେ ଯିବାକୁ ଥିବା କେତେକ ନ୍ୟୁଜିଲାଣ୍ଡ ଖେଳାଳି ମେ ୧୦ ପର୍ଯ୍ୟନ୍ତ ଭାରତରେ ରହିବେ। ବାକି ଖେଳାଳି, ସପୋର୍ଟ ଷ୍ଟାଫ୍‌ ଏକ ସ୍ବତନ୍ତ୍ର ବିମାନ ଯୋଗେ ଘରକୁ ଫେରିବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ପ୍ଲେୟାର୍ସ ଆସୋସିଏଶନ ହେଡ ହିତ ମିଲ୍ସ କହିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ କେବଳ ବ୍ରିଟିସ ନାଗରିକ ଭାରତରୁ ଇଂଲଣ୍ଡ ଯାଇପାରିବେ ଓ ସେଠାରେ ୧୦ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଓ୍ବିଲିୟମସନଙ୍କୁ ବାଦ୍‌ ଦେଲେ ୟୁକେ ଯିବାକୁ ଥିବା ଖେଳାଳିମାନେ ହେଲେ ଟ୍ରେଣ୍ଟ ବୋଲ୍ଟ, କାଏଲ ଜେମିସନ, ମିଚେଲ ସାଣ୍ଟନର, କ୍ରିସ୍‌ ଡୋନାଲ୍ଡସନ (ଟ୍ରେନର), ଟେମି ସିମସେକ (ଫିଜିଓ), ଲୋକି ଫର୍ଗସନ, ଜିମି ନିଶାମ ଓ ଫିନ୍‌ ଆଲେନ। ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ସିରିଜରେ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri